ବର୍ଷାରେ ଧୋଇଗଲା ପୋଲ: ଯାତାୟାତ ବନ୍ଦ

0

ଭବାନୀପାଟଣା/ବାଲିଗୁଡ଼ା: ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କେତେକ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆପାତତଃ ବନ୍ୟା ଆଶଙ୍କା ନଥିଲେ ହେଁ କେତେକ ସ୍ଥାନରେ ପୋଲ ଧୋଇଯିବା ଯୋଗୁଁ ଯାତାୟାତ ଠପ୍‍ ହୋଇଯାଇଛି। ବଲାଙ୍ଗୀର-କେସିଙ୍ଗା ୨୬ ନଂ ଜାତୀୟ ରାଜପଥ ଉପରେ କନ୍ତେସିର ନିକଟରେ ଥିବା ଏକ ପୋଲ ଧୋଇ ହୋଇଯିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ପ୍ରବଳ ବର୍ଷାରେ ଅଟକି ରହିଛନ୍ତି। ଗତ କାଲି ରାତିରେ ସେଠାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ଧାର ଯୋଗୁଁ ପୋଲ ଧୋଇ ହୋଇଯାଇଥିବା ଟ୍ରକ୍‍ ଡ୍ରାଇଭର ଜାଣି ନ ପାରିବାରୁ ଦୁର୍ଘର୍ଟଣା ଘଟିଥିବା ଜଣାପଡ଼ିଛି।
ସେହିପରି ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲା ବାଲିଗୁଡ଼ା ସବଡିଭିଜନ୍‍ ସୀତାପଡ଼ିଠାରେ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଏଥିଯୋଗୁଁ ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି। କଳାହାଣ୍ଡି ଓ ରାୟଗଡ଼ା ଜିଲାକୁ ବାଲିଗୁଡ଼ାରୁ ସମସ୍ତ ଯାତ୍ରୀବାହୀ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply