କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ – ସହଯୋଗ କରିବେ ବିରୋଧୀ: ବାଚସ୍ପତି ଓମ୍‍ ବିର୍ଲା

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଦ୍ୱାରା ସର୍ବ ଦଳୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୧ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ବୈଠକ ପରେ ବାଚସ୍ପତି ଓମ୍‍ ବିର୍ଲା ସମ୍ବାଦଦାତାମାନଙ୍କୁ କହିଛନ୍ତି, ଗୃହ କାର୍ଯ୍ୟ ସୂଚାରୁରୂପେ ପରିଚାଳନାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ସହଯୋଗ କରିବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରତିଶୃତି ଦେଇଛନ୍ତି। ବାଚସ୍ପତି କହିଛନ୍ତି, ଲୋକସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉତଥାପନ କରିବେ, କାର୍ଯ୍ୟ ପରାମର୍ଶଦାତା କମିଟିରେ ସେଗୁଡିକର ଚର୍ଚ୍ଚା ହେବାପରେ ଗୃହରେ ଆଲୋଚନା ପାଇଁ ଅନୁମତି ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଂସଦୀୟ କାର୍ଜ୍ୟମନ୍ତ୍ରୀ ପ୍ରହ୍ଲାଦ ପଟେଲ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଡ଼ିଏମକେ ନେତା ଟି.ଆର.ବାଲୁ, ତୃଣମୂଳ କଂଗ୍ରେସ ନେତା ସୂଦୀପ ବନ୍ଦୋପାଧ୍ୟାୟ ଏବଂ ଅନ୍ୟ ରାଜନୈତିକ ନେତୃବୃନ୍ଦ ବୈଠକରେ ଯୋଗ ଦେଇଥିଲେ।

ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କୟା ନାଇଡୁ ଆଜି ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଏକ ବୈଠକରେ ଯୋଗଦେବେ। ସରକାରଙ୍କ ପକ୍ଷରୁ ମଧ୍ୟ ଆଜି ଏକ ସର୍ବଦଳୀୟ ବୈଠକ ଡକାଯାଇଛି।

Comments are closed.