ମହଙ୍ଗା ପଡିଲା ମିଛ ମାମଲା ରୁଜୁ କରିବା: ପୁଲିସ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ଜଲରେ ଥିବା ଜଣେ ବିଚାରଧୀନ କଏଦୀଙ୍କ ନାମରେ ମିଛ ରୁଜୁ କରବା ଜଣେ ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚିନ୍ତାମଣିପଦା ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକ(୨୦)ଙ୍କୁ ଏକ ମାମଲାରେ ଜାନୁୟାରୀ ୧ତାରିଖରେ ଖଇରା ଥାନା ପୁଲିସ ଗରିଫ କରିଥିଲା। ସେବେଠାରୁ ଅଗଷ୍ଟ ପର୍ଯ୍ୟନ୍ତ ରଞ୍ଜିତ ଜେଲରେ ଥିଲେ। କିନ୍ତୁ ମେ ମାସ ୨୩ ତାରିଖରେ ସୋର ଥାନା ଅଧୀନ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିଲା। ଦୁର୍ବୃତ୍ତ ମାନେ ଟଙ୍କା ବ୍ୟାଗ୍‌ ଛଡାଇ ଫେରାର ହୋଇଯାଇଥିଲେ ବେଲି ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସୋର ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ରଞ୍ଜିତଙ୍କ ନାଁକୁ ଯୋଡ଼ିଥିଲା। ପରେ ଅକ୍ଟୋବର ୧ରେ ପୁଲିସ ଏହି ମାମଲାରେ ଜାମିନରେ ଆସିଥିବା ରଞ୍ଜିତଙ୍କୁ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ଜଣାପଡିଲା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Comments are closed.