ବ୍ୟାଙ୍କ ଲୁଟେରା ଗିରଫ

0

ଅନୁଗୁଳ : ଅନୁଗୁଳ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବ୍ୟାଙ୍କ ଡ଼କାୟତି ମାମଲାର ମୁଖ୍ୟ ଅଭିଯୁକ୍ତ ମାଧବ ରବି ଦାସକୁ ଅନୁଗୁଳ ପୁଲିସ ଗିରଫ କରିଛି। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗତ ଏପ୍ରିଲମାସ ୭ତାରିଖରେ ଆନ୍ଧ୍ର ବ୍ୟାଙ୍କ ଓ ଏକ ସପ୍ତାହ ମଧ୍ୟରେ ଇଣ୍ଡିଆନ ବ୍ୟାଙ୍କ ଡ଼କାୟତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଅନୁଗୁଳ ପୁଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ମୁଖ୍ୟ ଅଭିଯୁକ୍ତ ମାଧବ ରବି ଦାସକୁ ଧାନବାଦରୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାଧବ ନାମରେ ଅନୁଗୁଳର ୨ଟି ବ୍ୟାଙ୍କ ଲୁଟ ଏବଂ ଓଡ଼ିଶାର ଅନ୍ୟ ୭ଟି ପ୍ରମୁଖ ବ୍ୟାଙ୍କ ଲୁଟର ଅଭିଯୋଗ ରହିଛି । ଏହା ସହ ଅଭିଯୁକ୍ତ ନାମରେ ବିଭିନ୍ନ ରାଜ୍ୟରେ ୨୫ ରୁ ଅଧିକ ଅପରାଧିକ ମାମଲା ରହିଛି । ଅନୁଗୁଳ ପୁଲିସ ତାକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ।

Leave A Reply