ପେଡ଼ାକୋଣ୍ଡାରେ ଏନକାଉଣ୍ଟର ; ୨ ମାଓବାଦୀ ନିପାତ

0

ଭୁବନେଶ୍ବର : ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତ ପେଡ଼ାକୋଣ୍ଡାପଲ୍ଲୀରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଶନିବାର ସକାଳେ ୧୯୮ ବାଟାଲିୟାନ୍‌ ସିଆର୍‌ପିଏଫ୍‌ ଓ ପୁଲିସ ମିଳିତ ଭାବେ ପାଟ୍ରୋଲିଙ୍ଗ କରୁଥିବା ବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ । ଫଳରେ ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କର ଗୋଟିଏ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭାଇଜାଗ୍‌କୁ ନିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ଥିବା ସୂଚନା ମିଳିଛି । ବର୍ତ୍ତମାନ ଗୁଳି ବିନିମୟ ବନ୍ଦ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ତଲାସୀ ଅଭିଯାନ ଜାରି ରହିଛି ।

Leave A Reply