କଟକ: ପୁଲିସ-ଆଇନଜୀବୀ ବିବାଦ ମାମଲା ; ଶୁଣାଣି ଗୁରୁବାରକୁ ଘୁଞ୍ଚିଲା

0

ହାଇକୋର୍ଟରେ ପୁଲିସ-ଆଇନଜୀବୀ ବିବାଦ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଛି। କ୍ରାଇମବ୍ରାଞ୍ଚ ବୁଧବାର ଦିନ ଚାର୍ଜସିଟ ଦାଖଲ କରି ନପାରିବାରୁ ଏହି ଶୁଣାଣିକୁ ଘୁଞ୍ଚା ଯାଇଛି। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ତାରିଖ ଦିନ ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି କରାଯିବ।
ସୂଚନାଯୋଗ୍ୟ ଯେ, ପୁଲିସ-ଆଇନଜୀବୀ ବିବାଦ ଯୋଗୁଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ହୋଇ ଯାଇଛି। ସେଥିପାଇଁ ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ପାଇଁ ଅଧିକ ସମୟ ନେବା ପାଇଁ ଚାହିଁଥିଲେ। ଏହାସହ ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଚାର୍ଜସିଟ ଦାଖଲ କରି ପାରିନଥିଲେ।

ଅନ୍ୟପଟେ ସୋମବାର ଦିନ ହାଇକୋର୍ଟ ବାରଆସୋସିଏସନରେ ବୈଠକ ବସିଥିଲା। ଏହା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ଆଇନଜୀବୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ହାଇକୋର୍ଟ ବାରଆସୋସିଏସନ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରି ନଥିଲା।

Leave A Reply