ଆନ୍ଦୋଳନରୁ ଓହରିଲେ ଆଇନଜୀବୀ; ଗୁରୁବାର ଖୋଲିବ କୋର୍ଟ

0

କଟକ : ଦୀର୍ଘ ଅଢେଇ ମାସ ପରେ ଆଇନଜୀବୀମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ବାର ଆସୋସିଏସନର ଏକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଠାରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ।

କଟକରେ ଅଗଷ୍ଟ ୨୮ତାରିଖ ଦିନ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ କର୍ମଚାରୀମାନେ ମାଡ ମାରିଥିଲେ। ଆଇନଜୀବୀଙ୍କୁ ମାଡ ମାରିଥିବାରୁ ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ବିବାଦ ଦେଖା ଦେବା ସହ ଏହାକୁ ନେଇ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସମଗ୍ର ରାଜ୍ୟରେ ଆଇନଜୀବୀଙ୍କ ସମର୍ଥନରେ କୋର୍ଟ କାର୍ଯ୍ୟକୁ ବର୍ଜନ କରିଥିଲେ। ଆଇନଜୀବୀଙ୍କୁ ମାଡ ମାରିଥିବା ପୁଲିସ କର୍ମଚାରୀମାନେ ଆଜି କ୍ଷମା ମାଗିବା ପରେ ସମାଧାନ ବାଟ ବାହାରିଛି। ଏଭଳି ଘଟଣାର ପୁନରାବୃତ୍ତି ନ କରିବାକୁ ହାଇକୋର୍ଟ ଉଭୟପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।

Leave A Reply