ସୁରବାବାଙ୍କ ଆଶ୍ରମରେ ଚଢଉ କଲା ପୁଲିସ

0

ଭୁବନେଶ୍ୱର ..-  ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଝିଣ୍ଟି ଶାସନରେ ଥିବା ସୁରବାବାଙ୍କ ଆଶ୍ରମ ଉପରେ ପୁଣି ପୁଲିସ ଚଢଉ  କରିଛି । ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ ଏହି ଚଢଉ କରାଯାଇଛି । ମାତ୍ର ସୁରବାବା ମୌନ ବ୍ରତ କରିଥିବାରୁ ପୁଲିସ ପଚରା ଉଚରାକରି ପାରି ନଥିବା ସୂଚନା ମିଳିଛି । ଏହି ଘଟଣାରେ ପୁଲିସ ଆଶ୍ରମର ଅନ୍ୟମାନଙ୍କୁ ପଚରା ଉଚରା କରିଛି ।

ପୂର୍ବରୁ ସୁରେନ୍ଦ୍ର ମିଶ୍ର ଓରଫ ସୁରବାବା  ଅନେକ ମାମଲାରେ ଛନ୍ଦି ହୋଇ ଦୁଇ ବର୍ଷରୁ ଅଧିକ  ଜେଲ୍‌ରେ ଥିଲେ । ୨୦୧୭ ମସିହା ଡିସେମ୍ବର ମାସରେ ତାଙ୍କୁ ଅଦାଲତରୁ ଜାମିନ ମିଳିଥିଲା ।

Leave A Reply