ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ଲକ୍ଷ୍ମୀପୁର:କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଓଏସଏପି ତୃତୀୟ ବାଟାଲିୟନର କାର୍ୟ୍ୟରତ ଜଣେ କନେଷ୍ଟବଳଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ କନେଷ୍ଟବଳ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ପନକା ସାହିର ପୂର୍ଣ୍ଣଚନ୍ଦ୍ର ପନକା। ମଙ୍ଗଳବାର ଭୋର ୫ଟାରେ ପୂର୍ଣ୍ଣଚନ୍ଦ୍ର ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଚିକିତ୍ସା ପରେ ପୁଣି ସାଥୀମାନେ କ୍ୟାମ୍ପକୁ ନେଇ ଆସିଥିଲେ। ତେବେ କିଛି ସମୟ ପରେ ସେ ଗାଧୁଆ ଘରକୁ ଯାଇ ଫେରିବାରେ ବିଳମ୍ବ କରିବାରୁ ସାଥୀମାନେ ଯାଇ ଦେଖିଥିଲେ ପୂର୍ଣ୍ଣଚନ୍ଦ୍ର ତଳେପଡିଯାଇ ଛଟପଟ ହେଉଥିଲେ। ତୁରନ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏଠାରେ ସୂଚନାଯୋଗ୍ୟ କୋରାପୁଟ କୋଡିଙ୍ଗାମାଳି ଖଣି ଖନନକୁ ବିରୋଧ କରି ପ୍ରଭାବିତ ଅଞ୍ଚଳବାସୀ ଗତ କିଛିଦିନ ହେବ ଧାରଣା ଜାରି ରଖିଥିଲେ। ସେହି ଅଞ୍ଚଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଥିଲା। ଯେଉଁଥିରେ ସାମିଲଥିଲେ ପୂର୍ଣ୍ଣଚନ୍ଦ୍ର ପାନକା।

Comments are closed.