ଖାକିରେ କଳଙ୍କର ଦାଗ : ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୁଲିସ କନଷ୍ଟେବଳ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ଜଣେ ପୁଲିସ କନଷ୍ଟେବଳ ବ୍ରାଉନ୍‌ସୁଗର ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଅଭିଯୁକ୍ତ କନଷ୍ଟେବଳର ନାମ ଜାନକୀ ବହ୍ଲଭ ଭରିମଲ୍‌। ଜାନକୀକୁ କମିସନରେଟ୍‌ ପୁଲିସ ଗୁରୁବାର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି।
ସୂଚନା ଅନୁସାରେ, ୨୦୦୫ ମସିହାରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କ ନାଁରେ କ୍ୟାପିଟାଲ୍‌ ଥାନାରେ ଏକ ହତ୍ୟା ପାଇଁ ଅପହରଣ ନେଇ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭତ୍ତିକରି ପୁଲିସ ତାକୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା। ମାତ୍ର ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା।

Comments are closed.