ପତ୍ନୀକୁ ପିଟିବାର ଅନୁମତି ଦିଅ : ଏସ୍‍ପିଙ୍କ ନିକଟରେ କନଷ୍ଟେବଳଙ୍କ ଆବେଦନ

0

ରାୟଗଡ଼ : ଛତିଶଗଡ଼ର ଜଣେ କନଷ୍ଟେବଳ ପତ୍ନୀକୁ ପିଟିବା ପାଇଁ ଅନୁମତି ମାଗି ଏବେ ଚର୍ଚ୍ଚରେ ଅଛନ୍ତି। ଏହା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ ଛତିଶଗଡ଼ର ପୁଲିସ୍‍ କର୍ମୀମାନେ କେତେକ ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି। ଏହି ସମୟରେ ରାୟଗଡ଼ ଜିଲାର ଜଣେ ପୁଲିସ୍‍ କନଷ୍ଟେବଳ ଏସ୍‍ପିଙ୍କୁ ଦରଖାସ୍ତ ଲେଖି ନିଜ ପତ୍ନୀକୁ ପିଟିବା ପାଇଁ ଅନୁମତି ମାଗିଛନ୍ତି।

ପୁଲିସ୍‍ କନଷ୍ଟେବଳ ସଂଜୟ ସିଂହ ନିଜ ଆବେଦନପତ୍ରରେ ଲେଖିଛନ୍ତି ଯେ ଦାବିକୁ ନେଇ ପୁଲିସ୍‍ କର୍ମୀମାନେ ସପରିବାରେ ବିରୋଧ ପ୍ରଦର୍ଶନରେ ସାମିଲ ହେଉଛନ୍ତି। ଏହି ଧାରଣାରେ ସାମିଲ ହେବାକୁ ମୁଁ ବିରୋଧ କରୁଥିବା ସତ୍ତ୍ବେ ମୋ ପତ୍ନୀ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ଚାହୁଁଛି। ଏହି ଧାରଣାରେ ସାମିଲ ହେବାରୁ ଅଟକାଇବା ପାଇଁ ମୋତେ ପତ୍ନୀକୁ ମାଡ଼ ମାରିବାର ଅନୁମତି ଦିଆଯାଉ। ଏହି ପତ୍ର ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply