ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବିନିକା : ପୁଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲା ଆଗଲପୁର ଫଟାମୁଣ୍ଡାର ନିରଞ୍ଜନ ସାହୁ । ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ବେଳେ ପୁଲିସର ଲାଠି ମାଡ ଖାଇଥିଲେ ନିରଞ୍ଜନ । ପରେ ତାଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଥାନା​‌ରେ ପୁଲିସଠାରୁ ମାଡ ଖାଇ ନିରଞ୍ଜନ ଅସୁସ୍ଥ ହୋଇ ପଡିଥିଲେ । ଅସୁସ୍ଥ ଅବସ୍ଥାରେ ନିରଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମାଡ ଯୋଗୁଁ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ସନ୍ଦେହ କରି ଏହି ଅଭିଯୋଗ ଆଣିଛନ୍ତି ।

Comments are closed.