ଖାକି-ଖାକି ପିଟାପିଟି

0

କରଞ୍ଜିୟା: ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ୍‍ ଚଢ଼େଇଭଲ ଫାଣ୍ଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଲିସ କର୍ମଚାରୀଙ୍କ ଆକ୍ରମଣରେ ଆଉ ଜଣେ ପୁଲିସ୍‍ କର୍ମଚାରୀ ଆହତ ହୋଇଛନ୍ତି। ଉକ୍ତ ଫାଣ୍ଡିର କନଷ୍ଟେବଳ ଅଶ୍ୱିନୀ କୁମାର ଗିରି ରାତିରେ ଶୋଇଥିବା ବେଳେ ରରୁଁଆ ଥାନାର ଓଏପିଏଫ୍‍ କର୍ମଚାରୀ ଗଗନ ବିହାରୀ ନାୟକ ଏକ ବୋତଲରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଅଶ୍ୱିନୀଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। କରଞ୍ଜିଆ ଥାନା ଏସ୍‍ଆଇ କେଶବଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗଗନଙ୍କୁ କରଞ୍ଜିଆ ନେଇଥିବା ଜଣାପଡ଼ିଛି।

Leave A Reply