ଗୁଳିମାଡ଼ରେ ପୁଲିସ କନେଷ୍ଟବଳ ଗୁରୁତର

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଖମାରିପଦାରେ ଗୁଳିକାଣ୍ଡରେ ଜଣେ ପୁଲିସ କନେଷ୍ଟବଳ ଗୁରୁତର ହୋଇଛନ୍ତି। ଏହି ଗୁଳିକାଣ୍ଡରେ ସ୍ପେଶାଲ ବ୍ରାଞ୍ଚ କନେଷ୍ଟବଳ ସୌମେନ୍ଦ୍ର ସେଠୀ ଗୁରୁତର ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି।
ବୁଧବାର ବିଳମ୍ବିତ ରାତିରେ କ୍ରିଷ୍ଣା ଗୁପ୍ତା ନାମକ ଜଣେ ଯୁବକ ବିୟର ପାର୍ଲରରେ ବିୟର ପିଉଥିଲେ। ନିଶାରେ ବୋତଲ ଭାଙ୍ଗିବାରୁ କିଛି ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ପେଶାଲ ବ୍ରାଞ୍ଚର ପୁଲିସ ସୌମେନ୍ଦ୍ର ସେଠୀ ହସ୍ତକ୍ଷେପ କରିବାରୁ କ୍ରିଷ୍ଣା ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପରେ କ୍ରିଷ୍ଣା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୁନ୍ଦରଗଡ଼ ଏସପି ଓ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କ୍ରିଷ୍ଣାର ୩ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply