ଚମ୍ପଟ ବେଳେ ଅଭିଯୁକ୍ତକୁ କାବୁକଲା ପୁଲିସ

0

ସମ୍ବଲପୁର: ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫହୋଇ ଜଣେ ଯୁବକ ଚମ୍ପଟ ମାରି ପଳାଉଥିବାବେଳେ ପୁଣି ଧରା ପଡ଼ିଛି। ଶୁକ୍ରବାର ସମ୍ୱଲପୁର ପୁଲିସ ଡକାୟତି ଉଦ୍ୟମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା । ଶନିବାର କୋର୍ଟଚାଲଣ ପୂର୍ବରୁ ତାକୁ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା । ସେଠାରୁ ଅଭିଯୁକ୍ତ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ଉଦ୍ୟମ କରିଥିଲା ।  ହେଲେ ପୁଲିସ ଗୋଡ଼ାଇ ଗୋଡ଼ାଇ ତାକୁ ଚର୍ଚ୍ଚ ଛକରୁ ପୁଣି ଗିରଫ କରିଛି।

Leave A Reply