ମହଙ୍ଗା ପଡିଲା ସାଦା ପୋଷାକ; ଗ୍ରାମବାସୀଙ୍କ ମାଡରେ ପୁଲିସ ଆହତ

କଟକ: ସାଦା ପୋଷାକରେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ହଟହଟା ହୋଇଛନ୍ତି ପୁଲିସ କର୍ମଚାରୀ । ଲୋକଠାରୁ ନିର୍ଧୁମ ମାଡ ଖାଇବା ପରେ ଅନ୍ୟ ଏକ ପୁଲିସ ଦଳ ଦ୍ବାରା ଉଦ୍ଧାର ହୋଇଛନ୍ତି । ଏଭଳି ଘଟଣା ଆଠଗଡ଼ର ଗୁରୁଡ଼ିଝାଟିଆ ଥାନା ଅଧୀନ କପୁରସିଂ ଗ୍ରାମରେ ବୁଧବାର ଦେଖିବାକୁ ମଳିଛି । ଉତ୍ତ୍ୟକ୍ତଲୋକଙ୍କ ମାଡରେ ଜଗତପୁର ଥାନା ଆଇଆଇସିଙ୍କ ସମେତ ୫ ଜଣ ପୁଲିସ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏକ ମାମଲାରେ ଜଡ଼ିତ ଜଣେ ଅଭିଯୁକ୍ତ ଗିରଫ କରିବା ପାଇଁ ଜଗତପୁର ଥାନା ପୁଲିସ କପୁରସିଂ ଗାଁକୁ ଯାଇଥିଲେ । ଥାନା ଆଇଆଇସିଙ୍କ ସମେତ ଏକ ପୁରା ଟିମ୍‌ ସାଦା ପୋଷାକ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ମଉକାରେ ଅଭିଯୁକ୍ତ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଗୁରୁଡ଼ିଝାଟିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପୁଲିସ ଟମକୁ ଉଦ୍ଧାର କରିଥିଲା । ତେବେ ଗ୍ରାମବାସୀ ସତରେ ପୁଲିସକୁ ଚିହ୍ନିପାରି ନଥିଲେ ନା ଅଭିଯୁକ୍ତକୁ ଫେରାର କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Comments are closed.