କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ପୁଲିସ କର୍ମଚାରୀ

0

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ କର୍ମଚାରୀ ସଙ୍ଘ ଦେଇଥିବା ସମୟସୀମା ବୁଧବାର ଶେଷ ହୋଇଛି। ଏହି ସମୟ ମଧ୍ୟରେ ସରକାର ସେମାନଙ୍କ ଦାବି ନେଇ ପୂରଣ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ପୁଲିସ କର୍ମଚାରୀ ପ୍ରତିବାଦ ଡ଼୍ୟୁଟି କରିବେ ବୋଲି ଜଣାପଡ଼ିଛି। ଗୁରୁବାର ଠାରୁ କଳାବ୍ୟାଜ ପିନ୍ଧି ନିଜ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାରର ଭତ୍ତା, ଗ୍ରେଡ଼ ପେ ବୃଦ୍ଧି, ସ୍ୱାସ୍ଥ୍ୟ ବିମା ସୁବିଧା ଦେବାକୁ କନଷ୍ଟେବଳ-ହାବିଲଦାର-ସିପାହୀ ମହାସଙ୍ଘ ଦାବି କରିଥିଲା। ସେମାନଙ୍କର ଏହି ସମସ୍ତ ଦାବି ବୁଧବାର ସନ୍ଧ୍ୟା ସୁଦ୍ଧା ପୂରଣ ନହେଲେ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଥିଲା। ଏହି ପରିପେକ୍ଷୀରେ ଗୁରୁବାର କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧିବେ। ସରକାର ସେମାନଙ୍କ ଦାବି ନ ଶୁଣିଲେ ଆସନ୍ତା କାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଜଣାଇଛନ୍ତି ବୋଲି ସୂଚନା ମିଳିଛି।

Leave A Reply