ବିକ୍ଷୋଭକାରୀଙ୍କୁ ଧାରଣାସ୍ଥଳରୁ ଉଠାଇଲା ପୁଲିସ

0

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ ଉଠାଇନେବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଭିନ୍ନ ଦାବି ନେଇ ଚାରି ଦିନ ହେବ ଜମିହରା ଏକତା ମଞ୍ଚ ବିଶୋଧନାଗାର ସମ୍ମୁଖରେ ଧାରଣା ଦେଇଥିଲେ।  ସୋମବାର ଅର୍ଥାତ ଆଜି ପୁଲିସ ସେମାନଙ୍କୁ ଉଠାଇ ନେଇ ଲକ ଥାନା ଅଞ୍ଚଳରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀରେ ଅଟକ ରଖିଛି। ଏହାର ପ୍ରତିବାଦରେ ୧୭୫୨ ଜମିହରା ପରିବାର ପକ୍ଷରୁ ପ୍ରାୟ ଦେଢ ହଜାର ଆନ୍ଦୋଳନ କାରୀ ବିଶୋଧନାଗାର ଆଡ଼କୁ ମାଡ଼ି ଆସିଥିଲେ। ଏହାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବା ସମୟରେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ବୋଲି ଜଣାପଡ଼ିଛି।

Leave A Reply