ପାକ୍‌ ନେତାଙ୍କୁ ପିଓକେ ମାନବାଧିକାର କର୍ମୀଙ୍କ ସମାଲୋଚନା; କହିଲେ ସାରା ବିଶ୍ଵ ମେଟ୍ରୋରେ ଦୌଡୁଛି, ପାକିସ୍ତାନ ଆଜି ବି ରିକ୍ସାରେ ଚାଲୁଛି

0

ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ମାନବାଧିକାର କର୍ମୀ ଆରିଫ ଆଜାକିୟା ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଲଣ୍ଡନରେ ରହୁଥିବା ଆରିଫ ଚନ୍ଦ୍ରଯାନ-୨କୁ ନେଇ ଥଟ୍ଟାମଜା କରିଥିବା ପାକ୍‌ ମନ୍ତ୍ରୀଙ୍କୁ ନିଜ ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସାରା ବିଶ୍ଵ ଯେଉଁଠି ମେଟ୍ରୋରେ ଦୌଡୁଛି, ସେଠାରେ ପାକିସ୍ତାନ ଆଜି ବି ରିକ୍ସାରେ ଅଟକି ରହିଛି।

ଆରିଫ କହିଛନ୍ତି, ଚନ୍ଦ୍ରଯାନ-୨ ଭାରତର ଐତିହାସିକ ମିଶନ। ଭାରତର ଏହି ଯାତ୍ରାକୁ ନାସ ପ୍ରଶଂସା କରୁଛି। ଏହା ଏକ ବଡ଼ ଉପଲବ୍ଧି ବୋଲି ନାସା କହୁଛି। ଯେଉମାମେ ଉଦ୍ୟମ କରନ୍ତି ସେମାନେ ବିଫଳ ହୁଅନ୍ତି, କିନ୍ତୁ ଫୱାଦ ଚୌଧୁରୀ, ଶେଖ ରାଶିଦ ଆପଣମାନେ କ’ଣ କରୁଛନ୍ତି ବୋଲି ଆରିଫ କଟୁ ସମାଲୋଚନା ମୂଳକ ପ୍ରଶ୍ନ କରିଛନ୍ତି।

ଆରିଫ ଆହୁରି କହିଛନ୍ତି, ଆପଣମାନେ ଲୋକଙ୍କୁ ବୋକା ବନଉଛନ୍ତି। ଆପଣମାନେ ରାଲି କରୁଛନ୍ତି। ଏହା କ’ଣ ଆପଣମାନଙ୍କ କାର୍ଯ୍ୟ ? ଫୱାଦ ଚୌଧୁରୀ ଆପଣ ବିଜ୍ଞାନ ମନ୍ତ୍ରୀ। ସାଇକେଲ ଏବଂ ରିକ୍ସାରୁ ବାହାରକୁ ବାହାରନ୍ତୁ। ନିଜ ଦେଶର ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ। ବର୍ତ୍ତମାନ ସମୟରେ ଯେଉଁଠି ସବୁ ସ୍ଥାନରେ ମେଟ୍ରୋ ରହିଛି, ସେତେବେଳେ ଆପଣ ରିକ୍ସାରେ ଚାଲୁଛନ୍ତି। ଏହା ଆପଣଙ୍କର ମାପଦଣ୍ଡ।

ପାକ୍‌ ସେନାମୁଖ୍ୟ ଜେନେରାଲ ଗଫୁରଙ୍କୁ ବି ଆରିଫ ବାଦ ଦେଇନାହାନ୍ତି। ସେ କହିଛନ୍ତି, ଜେନେରାଲ ଗଫୁର ଆପଣ କୁହନ୍ତି, ଯେ, ଆପଣ ଅର୍ଥବ୍ୟବସ୍ଥାକୁ ସମ୍ଭାଳିନେବେ। କିନ୍ତୁ ଆପଣ ତାକୁ ଆଇସିୟୁକୁ ନେଇ ଆସିଲେ। ଅର୍ଥବ୍ୟବସ୍ଥାକୁ ଏବେ ଏକୁଟିଆ ଛାଡ଼ି ଦିଅନ୍ତୁ। କ୍ଵେଟାରେ ଗତ ସପ୍ତାରେ ଦୁଇଟି ବିସ୍ଫୋରଣ ଘଟିଛି। ଏବେ ଶ୍ରୀଲଙ୍କା ଖେଳାଳିମା​‌ନେ ପାକିସ୍ତାନ ଆସିବାକୁ ମନା କରିଦେଇଛନ୍ତି। ପାକିସ୍ତାନରେ ଆଇନଶୃଙ୍ଖଳା ସଜାଡ଼ିବା ଆପଣଙ୍କ ଦାୟିତ୍ଵ, ଯାହା ଏବେ ସବୁଠାରୁ ଖରାପ ସ୍ଥିତିରେ ରହିଛି।

Leave A Reply