ବିଷାକ୍ତ ଛତୁ ଖାଇ ୧୨ ଗୁରୁତର

0

ଜୟପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଜୟପୁର ବାପୁଜି ନଗରରେ ରହୁଥିବା ଏକ ପରିବାର ରାତ୍ର ଭୋଜନରେ ଛତୁ ଖାଇଥିଲେ। ରାତି ପ୍ରାୟ ୧ଟା ସମୟରେ ବାନ୍ତି ହେବାରୁ ସେମାନଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସେମାନେ ଛତୁ ଖାଇ ଅସୁସ୍ଥ ହୋଇଯାଇଥିବା ଜଣା ପଡିଛି। ପରିବାରର ଇନ୍ଧିରା ସୁନା,ସୁନୀତା ସୁନା,ମନୋଜ ସାଗର,ପଲ୍ଲବୀ ସୁନା,ବୈରାଗୀ ସୁନାଙ୍କ ସମେତ ୧୧ଜଣ ଚିିକିତ୍ସିତ ହେଉଛନ୍ତି।

Leave A Reply