ଋଣ ଆଦାୟ ପାଇଁ ପିଏନ୍‍ବିର ‘ଗାନ୍ଧିଗିରି’

0

ନୂଆଦିଲ୍ଲୀ: ସାଂଘାତିକ ଠକେଇ ଓ ଅନାଦାୟ ଋଣ ଭାରରେ ଆକ୍ରାନ୍ତ ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ(ପିଏନ୍‍ବି) ଋଣ ଆଦାୟ କରିବା ପାଇଁ ଗାନ୍ଧିଗିରି ଆପଣେଇବ ବୋଲି ସୂଚନା ମିଳିଛି। ଋଣ ଆଦାୟର ଏହି ନୂଆ କୌଶଳରେ ପିଏନ୍‍ବିର ଅଧିକାରୀମାନେ ପରିଶୋଧ କରୁ ନଥିବା ଋଣ ଗ୍ରହୀତାଙ୍କ ଘର ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ନୀରବ ଧାରଣାରେ ବସିବେ। ଉକ୍ତ ପ୍ଲାକାର୍ଡରେ ଋଣ ପରିମାଣ, ସୁଧ ଦେୟ ଓ ପରିଶୋଧ ତାରିଖ ଉଲ୍ଳେଖ ରହିବ। ଏହି ଉପାୟରେ ମାସକୁ ଦେଢ଼ ନିୟୁତ ଟଙ୍କା ଆଦାୟ କରାଯାଇପାରିବ ବୋଲି ପିଏନ୍‍ବି କର୍ତ୍ତୃପକ୍ଷ ଆଶା କରିଛନ୍ତି। ୨୦୧୭ ମେ’ ମାସରେ ଏହି ଅଭିଯାନରେ କିଛିଟା ସଫଳତା ମିଳିଥିବା ଜଣାପଡ଼ିଛି। ଏବେ ବ୍ୟାଙ୍କ ପକ୍ଷରୁ ୧,୦୮୪ ଜଣ ଇଚ୍ଛାକୃତ ଖିଲାପୀଙ୍କ ନାମ ଓ ୨୬୦ଜଣଙ୍କ ଫଟୋ ବିଭିନ୍ନ ଖବରକାଗଜରେ ଛପାଯାଇଛି। ୧୫୦ ଜଣଙ୍କ ପାସପୋର୍ଟ ରଦ୍ଦ ପାଇଁ ଆବେଦନ କରଯାଇଛି। ୩୭ ଜଣଙ୍କ ନାମରେ ଏତଲା ଦିଆଯାଇଛି। ଏଥିସହିତ ବ୍ୟାଙ୍କ ପକ୍ଷରୁ ଦୁଇଟି ଏକକାଳୀନ ପରିଶୋଧ ଯୋଜନା କାର୍ଯ୍ୟକାରୀ କରାଯାଇ ସୁଫଳ ମିଳିଛି।

Leave A Reply