ପ୍ରଧାନମନ୍ତ୍ରୀଙ୍କ କୋରିଆ ଗସ୍ତ ୨୧ରେ: ଦ୍ୱିପକ୍ଷୀୟ ସମ୍ପର୍କର ହେବ ସମୀକ୍ଷା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୧ ଓ ୨୨ ତାରିଖରେ କୋରିଆ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ କହିଛି, ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ମୋଦିଙ୍କୁ ୨୦୧୮ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଏହି ଗସ୍ତ ଦୁଇ ଦେଶକୁ ପରସ୍ପରର ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ପାଇଁ ସୁଯୋଗ ପ୍ରଦାନ କରିବ। ଦୁଇ ଦେଶ ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନ ପ୍ରଦାନ କରିବେ ଓ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତର ଆକ୍ଟ ଇଷ୍ଟ ନୀତିରେ ଦକ୍ଷିଣ କୋରିଆକୁ ଦିଆଯାଉଥିବା ଗୁରୁତ୍ୱକୁ ଦର୍ଶାଉଛି।

Leave A Reply