ବଦଳିଲା ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ

0

ମୁମ୍ବଇ : ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦୀ’ର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଛି। ଏବେ ଏହା ୫ ଏପ୍ରିଲରେ ପରଦାକୁ ଆସିବ। ପୂର୍ବରୁ ଏହି ଚଳଚ୍ଚିତ୍ର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପର ଦିନ ଅର୍ଥାତ୍‍ ୧୨ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ମଙ୍ଗଳବାର ଚଳଚ୍ଚିତ୍ରର ଦ୍ୱିତୀୟ ପୋଷ୍ଟର ଟ୍ୱିଟ୍‍ କରିବା ସହ ନୂଆ ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି। ତେବେ ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଚଳଚ୍ଚିତ୍ରକୁ ଧାର୍ଯ୍ୟ ହୋଇଥିବା ତାରିଖର ସପ୍ତାହେ ପୂର୍ବରୁ ମୁକ୍ତିଲାଭ କରାଯାଉଛି ବୋଲି ପ୍ରଯୋଜକ ସନ୍ଦୀପ ସିଂହ କହିଛନ୍ତି। ‘ପିଏମ୍‍ ନରେନ୍ଦ୍ର ମୋଦୀ’ ହିନ୍ଦୀ ବ୍ୟତୀତ ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

Leave A Reply