ଏହିଦିନ ମୁକ୍ତିଲାଭ କରିବ ‘ପିଏମ୍‍ ନରେନ୍ଦ୍ର ମୋଦୀ’; ପ୍ରଥମ ଦିନ କରିପାରେ ଏପରି ବ୍ୟବସାୟ

ମୁମ୍ବଇ : ଦୀର୍ଘଦିନର ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‍ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ୨୪ ମେ’ରେ ମୁକ୍ତିଲାଭ କରିବାକୁ ଯାଉଛି। ଆୟ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ରକୁ ବ୍ୟାନ୍‍ କରାଯିବା ପରେ ଏହାର ପ୍ରଭାବ ବ୍ୟବସାୟ ଉପରେ ପଡ଼ିପାରେ ବୋଲି ଟ୍ରେଡ଼ ଏକ୍ସପର୍ଟମାନେ ମତପୋଷଣ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ‘ପିଏମ୍‍ ନରେନ୍ଦ୍ର ମୋଦୀ’ ପ୍ରଥମ ଦିନରେ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କାର ବ୍ୟବସାୟ କରିବ। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୨୦ କୋଟି ଟଙ୍କା ରହିଛି। ଲାଭ ଉଠାଇବାକୁ ହେଲେ ଏହାକୁ ୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ କରିବାକୁ ପଡ଼ିବ। ଚଳଚ୍ଚିତ୍ରର ନୂଆ ମୁକ୍ତିଲାଭ ତାରିଖ ସହ ନୂଆ ଟ୍ରେଲର ମଧ୍ୟ ସାମ୍ନାକୁ ଆସିଛି। ଏହି ନୂଆ ଟ୍ରେଲର ପୂର୍ବ ଟ୍ରେଲରଠାରୁ ଅଧିକ ପ୍ରଭାବଶାଳୀ ରହିଛି।

ଉଲ୍ଲେଖଯୋଗ୍ୟ, ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଓ ବିବେକ ଓବରୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରଥମେ ୧୨ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା। ମାତ୍ର ଏହାକୁ ନେଇ ଅନେକ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହାର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

Comments are closed.