ନଭେମ୍ବରରେ ମୋଦୀ-ଜିନ୍‍ପିଙ୍ଗ ସାକ୍ଷାତ ଆଲୋଚନା

0

ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ବୁଏନସ୍‍ ଏରିସ୍‍ଠାରେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହେବ। ସୋମବାର ଆଫଗାନ କୂଟନୀତିଜ୍ଞଙ୍କ ପାଇଁ ଭାରତ-ଚୀନ୍‍ ଟ୍ରେନ୍‍ ଯୋଜନାର ଉଦ୍‍ଘାଟନ କରି ଭାରତରେ ନିଯୁକ୍ତ ଚୀନ୍‍ ରାଷ୍ଟ୍ରଦୂତ ଲୁଓ ଝାଧହୁଇ ଏହା ପ୍ରକାଶ କରିଛନ୍ତି। ୨୦୧୮ ଏପ୍ରିଲରେ ଚୀନ୍‍ର ୱୁହାନ ସହରରେ ମୋଦୀ ଓ ଜିନ୍‍ପିଙ୍ଗ ମଧ୍ୟରେ ଅନୌପଚାରିକ ସାକ୍ଷାତ କାର୍ଯ୍ୟକ୍ରମ ବେଳେ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଆଫଗାନିସ୍ତାନ କୂଟନୀତିଜ୍ଞଙ୍କର ମିଳିତ ପ୍ରଶିକ୍ଷଣ ନିମନ୍ତେ ସହମତି ପ୍ରକାଶ ପାଇଥିଲା। ଏହା ପରେ ଉଭୟ ନେତା ଆଉ ୨ ଥର ପରସ୍ପରକୁ ଭେଟିଥିଲେ। ପ୍ରଥମତଃ ୨୦୧୮ ଜୁନ୍‍ରେ କ୍ୱିଙ୍ଗଡାଗୋଠାରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ ସହଯୋଗିତା ସଂଗଠନ (ଏସ୍‍ସିଓ) ସମ୍ମିଳନୀ ଏବଂ ଜୁଲାଇରେ ଦକ୍ଷିଣ ଆଫ୍ରିକାଠାରେ ଅନୁଷ୍ଠିତ ବ୍ରିକ୍‍ ସମ୍ମିଳନୀ ପୃଷ୍ଠଭୂମିରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତ-ଚୀନ ନାଗରିକଙ୍କ ମଧ୍ୟରେ ଡିସେମ୍ବରରେ ପ୍ରଥମଥର ଲାଗି ଅନୁଷ୍ଠିତ ହେବାକୁ ଯାଉଥିବା ଉଚ୍ଚସ୍ତରୀୟ ବିନିମୟ କାର୍ଯ୍ୟକ୍ରମର ଉଦ୍‍ଘାଟନ ନିମନ୍ତେ ଚୀନ୍‍ର ଷ୍ଟେଟ୍‍ କାଉନ୍‍ସିଲର ଏବଂ ବୈଦେଶିକ ମନ୍ତ୍ରୀ ଭାରତ ଆସିବେ ବୋଲି ଲୁଓ ସୂଚନା ଦେଇଛନ୍ତି।

Leave A Reply