କର୍ତ୍ତାରପୁର କରିଡର ଯାଞ୍ଚ ଘାଟି କାଲି ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପଞ୍ଜାବର ଗୁରୁଦାସପୁର ଡେରାବାବା ନାନକ ସ୍ଥିତ କର୍ତ୍ତାରପୁର କରିଡ଼ର ଯାଞ୍ଚ୍‍ ଘାଟିକୁ ଉଦ୍‍ଘାଟନ କରିବେ। ମୋଦୀ ସୁଲତାନପୁର ଲୋଧିଠାରେ ବେର୍‍ ସାହିବ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିବେ। କର୍ତ୍ତାରପୁର କରିଡ଼ର ଯାଞ୍ଚ୍‍ ଘାଟିକୁ ଲୋକାର୍ପିତ କରିବା ପରେ ସେ ଡେରାବାବା ନାନକ ଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଯାଞ୍ଚଘାଟି ଲୋକାର୍ପିତ ହେବା ପରେ ଭାରତୀୟ ତୀର୍ଥଯାତ୍ରୀମାନେ ପାକିସ୍ତାନର ଗୁରୁଦ୍ୱାର କର୍ତ୍ତାରପୁର ସାହିବ ଦର୍ଶନ କରିପାରିବେ।

କର୍ତ୍ତାରପୁର ସାହିବ କରିଡ଼ରକୁ କାର୍ଯ୍ୟକ୍ଷମ ରୂପରେଖ ସଂକ୍ରାନ୍ତ ରାଜିନାମାରେ ଭାରତ ଗତମାସ ୨୪ ତାରିଖରେ ପାକିସ୍ତାନ ସହ ସ୍ୱାକ୍ଷର କରିଥିଲା। ଶ୍ରୀ ଗୁରୁନାନକ ଦେବଜୀଙ୍କ ୫୫୦ତମ ପ୍ରକାଶ ପର୍ବ ମହାଆଡମ୍ବରରେ ପାଳନ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ଏକ ପ୍ରସ୍ତାବ ଗତ ମାସରେ ଗୃହୀତ ହୋଇଛି। ଗତ ବର୍ଷ ନଭେମ୍ବରରେ କେନ୍ଦ୍ର କ୍ୟାବିନେଟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ଥରରେ ଗୁରୁ ନାନକ ଦେବଜୀଙ୍କ ୫୫୦ତମ ଜନ୍ମ ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Comments are closed.