ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନର ସାମଧାନର ସୂତ୍ର ଖୋଜି ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମତ

ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀ

ବ୍ୟାଙ୍କକକ୍‍ : ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ବୈଶିକ ଆହ୍ୱାନର ସାମଧାନର ସୂତ୍ର ଖୋଜି ବାହାର କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ୟାଙ୍କକକ୍‍ ଠାରେ ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।
ପୂର୍ବ ଏସିଆ ଶିଖର ସମ୍ମିଳନୀ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ଅନନ୍ୟ ମଞ୍ଚର ଭୂମିକା ଗ୍ରହଣ କରିଆସୁଛି, ଯେଉଁଠି ସଂମ୍ପୃକ୍ତ ଅଞ୍ଚଳର ଦେଶଗୁଡ଼ିକ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥାଆନ୍ତି। ଏହା ମଧ୍ୟ ସେହି ଅଞ୍ଚଳ ପାଇଁ ଏକ ଆସ୍ଥା ସୃଷ୍ଟିକାରୀ ବ୍ୟବସ୍ଥା ଭାବେ କାର୍ଯ୍ୟ କରିଆସୁଛି। ସରକାରୀ ସୂତ୍ରରେ କୁହାଯାଇଛି, ଏହି ପୂର୍ବ ଏସିଆ ଶିଖର ବୈଠକ କାର୍ଯ୍ୟସୂଚୀରେ ପୂର୍ବ ଏସିଆ ଶିଖର ବୈଠକର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଓ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ ତଥା ମତର ଆଦାନ ପ୍ରଦାନ ସ୍ଥାନ ପାଇବ। ଅନ୍ୟପକ୍ଷରେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଶିଖର ବୈଠକ ହେଉଛି ଏକ ବ୍ୟାପକ ମୁକ୍ତ ବାଣିଜ୍ୟ ରାଜିନାମା, ଯାହାଉପରେ ଆସିଆନ୍‍ ଦେଶସମୂହ ଓ ଭାରତ ଏବଂ ଚୀନ୍‍ ସମେତ ଆସିଆନ୍‍ର ମୁକ୍ତ ବାଣିଜ୍ୟ ରାଜିନାମା ସହ ସମ୍ପୃକ୍ତ ଦେଶମାନେ ଆଲୋଚନା କରୁଛନ୍ତି। ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଭାରତ ପାଇଁ ଉଭୟ ଏହାର ଆକ୍ଟ ଇଷ୍ଟ ନୀତି ଏବଂ ଏ ସମ୍ବନ୍ଧୀୟ ଏହାର କଥାବାର୍ତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ଶିଖର ବୈଠକରେ ସଦସ୍ୟ ଦେଶଗୁଡ଼ିକର ନେତାମାନେ ବୁଝାମଣାର ସ୍ଥିତିକୁ ସମୀକ୍ଷା କରିବେ।

Comments are closed.