ଇ-ମେଲରେ ମୋଦୀଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ହତ୍ୟା ଧମକ ଆସିଛି ଦିଲ୍ଲୀ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ଇ-ମେଲ ଆଇଡି ଜରିଆରେ। ଧାଡ଼ିକିଆ ଏହି ମେଲରେ ମୋଦୀଙ୍କୁ କେଉଁ ଦିନ ହତ୍ୟା କରାଯିବ ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ମେଲ ଆସାମ ରାଜ୍ୟର କୌଣସି ଜିଲାରୁ ଆସିଥିବା ସନ୍ଦେହ କରାଯାଉଛି। ସାଇବର ଡେକ୍ସ ପକ୍ଷରୁ ଉକ୍ତ ମେଲର ତଦନ୍ତ ଆରମ୍ଭ ହୋଇଛି।
ପୂର୍ବରୁ ମଧ୍ୟ ମୋଦୀଙ୍କୁ ହତ୍ୟା ପାଇଁ ଧମକ ମିଳିଥିଲା। କେତେବେଳେ ମାଓବାଦୀ ତ’ ପୁଣି କେତେବେଳେ ଅଜ୍ଞାତ ଦୁର୍ବୃତ୍ତ ମୋଦୀଙ୍କୁ ହତ୍ୟା ଓ ରାସାୟନିକ ହାମଲାର ଧମକ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହି ମାମଲାରେ ରାଷ୍ଟ୍ରୀୟ ସୁରକ୍ଷା ସଂର୍ସ୍ଥା(ଏନଏସଜି) କକ୍ଷରେ ଫୋନ କରି ଧମକ ଦେଉଥିବା ୨୨ବର୍ଷର୍ିୟ ଜନୈକ ଯୁବକ ମଧ୍ୟ ଗିରଫ ହୋଇଥିଲେ।

Leave A Reply