ରଜୌରୀରେ ଯବାନଙ୍କ ସହ ଦୀପାବଳୀ ପାଳିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଯବାନମାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି। ନିୟନ୍ତ୍ରଣ ରେଖାରେ ମୁତୟନ ସେନା ବାହିନୀ ସହ ସେ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଠା ଖୁଆଇ ଦୀପାବଳୀର ଶୁଭେଚ୍ଛା ଜରାଇଥିଲେ। ଯବାନମାନଙ୍କ ମନୋବଳ ବୃଦ୍ଧି ପାଇଁ  ମୋଦୀ ସେମାନଙ୍କୁ ଉଦବୋଧନ ଦେଇ, ସେ ନିଜର ପରିବାର ସହ ଦୀପାବଳି ପାଳନ କରିବାକୁ ଆସିଛନ୍ତି ବୋଲି କହିଥିଲେ।

Pic. Credit : timesofindia.indiatimes.com

Comments are closed.