ଧାରା ୩୭୦ ଉଚ୍ଛେଦ ସହ ଜାମ୍ମୁ-କାଶ୍ମୀରରେ ନୂଆଯୁଗର ଆରମ୍ଭ- ପ୍ରଧାନମନ୍ତ୍ରୀ ମୋଦୀ

ମିଳିମିଶି ନୂଆ ଭାରତର ନିର୍ମାଣ କରିବା

ଜାମ୍ମୁ-କାଶ୍ମୀରରେ ନୂଆଯୁଗର ଆରମ୍ଭ ।
ଜାମ୍ମୁ-କାଶ୍ମୀର ଲୋକଙ୍କୁ ଲଦାଖ ଓ ଦେଶର ସମସ୍ତଲୋକଙ୍କୁ ଅଭିନନ୍ଦନ
ପୁରାଦେଶ ଏକ ଐତିହାସିକ ନିଷ୍ପତି ନେଲା ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳଜୀଙ୍କ ସ୍ୱପ୍ନ ପୂରଣ ହେଲା ।
ଲଦାଖ ଓ ଜାମ୍ମୁ-କାଶ୍ମୀର ଲୋକଙ୍କର କ୍ଷତି ହେଉଥିଲା ।
ପାକିସ୍ତାନ କେବଳ ଏକ ଶସ୍ତ୍ରଭାବେ ବ୍ୟବହାର କରିଯାଉଥିଲା ।
ଏଥିପାଇଁ ୪୨ ହଜାର ନିରୀହ ଲୋକଙ୍କର ଜୀବନ ଯାଇଛି ।
ଏହା କେବଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲା ।

ଧାରା ୩୭୦ ଯୋଗୁଁ ଜାମ୍ମୁ-କାଶ୍ମୀରର ଛାତ୍ରଛାତ୍ରୀ ଶିକ୍ଷା ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଥିଲେ ।
ଦଳିତଙ୍କୁ ଅତ୍ୟାଚାରରୁ ରୋକିବା ପାଇଁ ଦେଶର ଅନ୍ୟ ରାଜ୍ୟରେ ଶକ୍ତ ଆଇନ ଥିବା ବେଳେ ଜାମ୍ମୁ-କାଶ୍ମୀରରେ ଏପରି ଆଇନ ନଥିଲା ।

ଜାମ୍ମୁ-କାଶ୍ମୀରରେ ସର୍ବନିମ୍ନ ମଜୁରୀ ଲାଗୁ ହୋଇ ପାରି ନଥିଲା ।
ଅନୁସୂଚିତ ଜାତି ଓ ଜନ ଜାତୀଙ୍କୁ ସଂରକ୍ଷଣ ମିଳୁ ନଥିଲା ।

ଅନେକ ସୁବିଧା ପୁଲିସ ଓ ସରକାରୀ ସୁବିଧା ମିଳୁ ନଥିଲା , ବହୁ ଶୀଘ୍ର ଏହି ସୁବିଧା ଜାମ୍ମୁ-କାଶ୍ମୀର ପୁଲିସ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ।
ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବା ପାଇଁ ଅନେକ ଯୋଜନା ଆରମ୍ଭ କରାଯିବ ।
ସରାକାରୀ ସଂସ୍ଥା ସହ ବେସରକାରୀ ସଂସ୍ଥାକୁ ରୋଜଗାର ସୃଷ୍ଟି କରିବାକୁ ଉଦ୍ୟମ କରାଯିବ
ସେନା ଓ ଅର୍ଦ୍ଧ ସାମିରିକ ବଳରେ ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି କରାଯିବା ପାଇଁ ରାଲି କରାଯିବ ।
ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍କଲାରସିପ୍‌ (ଛାତ୍ରବୃତ୍ତି) ମିଳିବ ।
୩୭୦ ହଟିବା ପରେ କିଛି ସମୟ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରଖାଯାଇଛି ।

ରାଜ୍ୟପାଳ ଶାସନ ପରେ ସୁଶାସନ ଆସିଛି । ନୂଆ ଯୋଜନା ଲାଗୁ କରାଯାଇଛି । ଜାମ୍ମୁ-କାଶ୍ମୀର ପ୍ରଶାସନରେ ନୂତନତ୍ୱ ଆଣିବା ପାଇଁ ପ୍ରୟାସ କରାଯାଇଛି ।

ଭାରତରେ ଗଣତନ୍ତ୍ର ବୋ ଲୋକତନ୍ତ୍ର ବେଶ୍‌ ଶକ୍ତିଶାଳୀ, ମାତ୍ର ଜାମ୍ମୁ-କାଶ୍ମୀରରେ ଏପରି ଲୋକ ରହିଛନ୍ତି ଯାହାକୁ ଲୋକସଭାରେ ତ ମତଦାନ କରି ପାରିଥାଆନ୍ତି , ମାତ୍ର ସ୍ଥାନୀୟ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ମତଦାନ କରିପାରୁ ନାହାନ୍ତି , ଏମାନଙ୍କ ସହ ଅନ୍ୟ ରାଜ୍ୟରେ ଏପରି କରାଯାଉ ନାହିଁ , ଏମାନଙ୍କ ସହ କଅଣ ଏପରି ଅନ୍ୟାୟ କରାଯାଇ ଥାଆନ୍ତି ।
ଆପଣଙ୍କ ଜନ ପ୍ରତିନିଧି ଆପଣଙ୍କ ଭିତରୁ ଆସିବେ । ସେହିପରି ବିଧାୟକ , ମନ୍ତ୍ରୀ ପରିଷଦ ଓ ମୁଖ୍ୟମନ୍ତ୍ରୀ ଆଗପରି ହେବେ ।
ଆମେ ସମସ୍ତେ ମିଶି ଆତଙ୍କବାଦ ଓ ବିଚ୍ଛିନ୍ନତା ବାଦକରୁ ମୁକ୍ତି କରିବୁ ।
ଜାମ୍ମୁ -କାଶ୍ମୀରକୁ ସାରା ବିଶ୍ୱରେ ବିକଶିତ କରିବୁ ।
ନାଗରିକଙ୍କୁ ସମସ୍ତ ଅଧିକାର ଓ ସୁବିଧା ମିଳିବ ।

ଲଦାଖରେ ସେହିପରି ରହିବ ।
ଆମେ ଚାହୁଁଛୁ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବ, ତେଜସ୍ୱୀ ଯୁବକ ନେତା ବିଧାୟକ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମିଳିବ ।
ଆପଣମାନଙ୍କୁ କଥା ଦେଉଛି ପାରିଦର୍ଶିତାର ସହ ଜାମ୍ମୁ-କାଶ୍ମୀରେର ନିର୍ବାଚନ ହେବ ।

ଧାରା ୩୭୦ ଉଚ୍ଛେଦ ହେବା ପରେ ନୂଆ ପଞ୍ଚାୟତ ବେଶ୍‌ ଭଲ ଭାବେରେ କାମ କରିବେ।
ଜାମ୍ମୁ-କାଶ୍ମୀରର ନାଗରିକ ବିଚ୍ଛିନ୍ନତାବାଦକୁ ଶେଷ କରି ବିକାଶ ଦିଗରେ କାମ କରିବେ , ନିଜ ଲକ୍ଷ୍ୟ ହାସଲ କରିବେ ।
ଆଗରୁ ଜାମ୍ମ-କାଶ୍ମୀରରେ ପରିବାରବାଦ ଚାଲିଥିଲା । ନୂଆ ଯୁବକ ଆଗକୁ ଆସୁ ପାରୁନଥିଲେ । ଏବେ ମୋର ଯୁବ ଶକ୍ତି ଆଗକୁ ଆସିବେ ।
ଜାମ୍ମୁ-କାଶ୍ମୀର ଓ ଲଦାଖର ଯୁବକ ଆଗକୁ ଆସନ୍ତୁ ।
ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଶ୍ୱର ସର୍ବଶ୍ରେଷ୍ଠ ପର୍ଯ୍ୟଟନସ୍ଥଳ ।
ଏଥିପାଇଁ ପୁରା ଭାରତବାସୀଙ୍କ ସହାୟତା ଦରକାର
ଆଗରୁ ଜାମ୍ମୁ-କାଶ୍ମୀରରେ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ସୁଟିଂ ହେଉଥିଲା ।
ଏବେ ସ୍ଥିତି ସ୍ୱାଭାବିକ ହେଲେ ହିନ୍ଦୀ, ତେଲଗୁ ଓ ତାମିଲ ସିନେମା ଉଦ୍ୟୋଗ ଜାମ୍ମୁ-କାଶ୍ମୀରେର ସିନେମା ଉଦ୍ୟୋଗ ଲଗାଇବା ପାଇଁ ଉଦ୍ୟମ କରନ୍ତୁ ।
ସମସ୍ତ ବେସରକାରୀ ସଂସ୍ଥା ଓ ବୈଷୟିକ ସଂସ୍ଥା ଜାମ୍ମୁ-କାଶ୍ମୀରେ ଟେକନୋଲଜିର ବିକାଶ ହେଉଛି। ସେଠାର ଯୁବକ ତେଜସ୍ୱୀ ଟେକନୋଲଜିର ବିକାଶ ହେଲେ ଜାମ୍ମୁ-କାଶ୍ମୀର ବିକାଶ ଓ ସେଠାର ଜନ ସାଧାରଣଙ୍କର ବିକାଶ ହେବ । ରୋଜଗାର ବଢିବ ।

ଜାମ୍ମୁ-କାଶ୍ମୀର ଶେଓ ବା କେଶର କିମ୍ବା ଶାଲ୍‌, ଲଦାଖର ଅର୍ଗାନିକ ଉତ୍ପାଦ ଓ ଔଷଧ ବିଶ୍ୱବ୍ୟାପୀ ପହଞ୍ଚିବା ଦରକାର
ଲଦାଖରେ ସୋଲ ନାମକ ଗୁଳ୍ମ ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କୁ ସଞ୍ଜିବନୀ ପରି କାମ କରିଥାଏ ।ଏହି ଅଦ୍‌ଭୂତ ଜିନିଷ ସାରା ଦୁନିଆରେ ମିଳିବା ଦରକାର । ଏହା ତ ଗୋଟିଏର ନାମ, ଏପରି ଅନେର ଔଷଧୀୟ ଜିନିଷ ଲଦାଖରେ ରହିଛି।
ଏହାର ପ୍ରସାର ହୋଇ ପାରିଲେ ଲଦାଖ ଜନସାଧାରଣ ଓ ସେଠାର ସ୍ଥାନୀୟ ବାସିନ୍ଦାଙ୍କର ଲାଭ ହେବ ।

ଲଦାଖର ଉନ୍ନତି ହେବ , ଜୀବନର ମାନ ବଦଳିବ ଓ ବୃଦ୍ଧି ପାଇବ ।
କିଛି ଲୋକଙ୍କର ମତ ଭିନ୍ନ ହେବ
କେନ୍ଦ୍ରସରକାର ଏହାର ଉତ୍ତର ଦେଉଛନ୍ତି ।
ଏମାନଙ୍କୁ ଅନୁରୋଧ ଦେଶ ହିତରେ କାମ କରନ୍ତି । ଦେଶର ହିତ କରନ୍ତୁ
ଜାମ୍ମୁ-କାଶ୍ମୀର ଓ ଲଦାଖ ଜନସାଧରଣ ବିକାଶ ଓ ହିତ ପାଇଁ ଏକାଠି ହୋଇ କାମ କରିବା ଦରକାର ।
ସାରା ଦେଶବାସୀଙ୍କୁ କହିବାକୁ ଚାହୁଁଛି ଜାମ୍ମୁ-କାଶ୍ମୀର ଓ ଲଦାଖର ଚିନ୍ତା ସାରା ଦେଶର ଚିନ୍ତା ,୧୨୦ କୋଟି ଜନ ସାଧାରଣଙ୍କର ଚିନ୍ତା ।

ଜାମ୍ମୁ-କାଶ୍ମୀର ଦେଶର ମୁକୁଟ
ପୁଞ୍ଚ ଜିଲ୍ଲାର ମୌଲବୀ ଗୁଲାମାଦୀନ ୧୯୬୫ରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିଷୟରେ ଜଣାଇଥିଲେ । ତାଙ୍କୁ ଅଶୋକ ଚକ୍ର ରେ ସମ୍ମାନିତ କରାଯାଇଥିଲା ।
ରାଜୋରୀର ରୁକସାନା ଆତଙ୍କବାଦୀଙ୍କୁ ମାରିଥିବାରୁ କୀର୍ତ୍ତୀ ଚକ୍ରରେ ସମ୍ମାନିତ କରାଯାଇଛି ।
ପୁଞ୍ଚର ସହିଦ ସେନା ଜବାନ ଓରଙ୍ଗଜେବଙ୍କ ଦୁଇ ଭାଇ ସେନାରେ ଭର୍ତ୍ତି ହୋଇଛନ୍ତି ।

ଆତଙ୍କବାଦୀଙ୍କୁ ସାମ୍ନା କରି ଅନେକ ଜବାନ ଓ ପୁଲିସ କର୍ମୀ ସହିଦ ହୋଇଛନ୍ତି ।
ଏହି ସମସ୍ତଙ୍କର ସ୍ୱପ୍ନ ଏକ ଶାନ୍ତ ଓ ସମୃଦ୍ଧ ଜାମ୍ମୁ-କାଶ୍ମରୀ ।
ଆମେ ସମସ୍ତେ ମିଶି ସେମାନଙ୍କ ସ୍ୱପ୍ନ ପୂରଣ କରିବା ।
ଜାମ୍ମୁ-କାଶ୍ମୀର ଓ ଲଦାଖର ଭାଇ ଭଉଣୀଙ୍କୁ ଆହ୍ୱାନ କରୁଛି ସାରା ବିଶ୍ୱକୁ ଦେଖାଇ ଦେବା ଆମ ଭିତରେ କେତେ ସାମର୍ଥ୍ୟ ଅଛି । ମିଳି ମିଶି ନୂଆ ଭାରତର ନିର୍ମାଣ କରିବା ।

Comments are closed.