ମା’ଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟ ଗ୍ରସ୍ତ କରିଛନ୍ତି। ଗୁଜରାଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ସଭାସ୍ଥଳକୁ ଯାଇଥିଲେ।
ଅହମଦାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଗାନ୍ଧୀନଗର ସ୍ଥିତ ନିଜ ଘରେ ମା’ ହୀରାବେନଙ୍କ ଆର୍ଶୀବାଦ ନେଇଛନ୍ତି। ଏହି ସମୟରେ ତାଙ୍କ ଗୃହ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମାଙ୍କ ଆର୍ଶୀବାଦ ନେବା ସମୟରେ ସମ୍ପର୍କୀୟମାନେ ଉପସ୍ଥିତ ରହିଥିଲେ।

Comments are closed.