କୃଷିଋଣ ଛାଡ଼ ପ୍ରସଙ୍ଗରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ମୋଦୀ: କୁମାରସ୍ବାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ କୃଷି ଋଣଛାଡ ଯୋଜନା ‘ଏକ କ୍ରୁର ପରିହାସ’ ମନ୍ତବ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀ କଡ଼ା ଜବାବ ଦେଇଛନ୍ତି। ରାଜନୈତିକ ସ୍ବାର୍ଥ ହାସଲ ନିମନ୍ତେ ମିଥ୍ୟା ସୂଚନା ଦେଇ ମୋଦୀ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଦର୍ଶାଇଛନ୍ତି। ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରର ପ୍ରତିଶ୍ରୁତି ଉପରେ ଆଶ୍ବସ୍ତି ପ୍ରଦାନ ପୂର୍ବକ ସେ କହିଛନ୍ତି ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଋଣଛାଡ ଯୋଜନା କ୍ରମେ ଅଦ୍ୟାବଧି ୬୦,୦୦୦ କୃଷକ ଲାଭବାନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ରବିବାର ଜାରି କରାଯାଇଥିବା ବିବୃତ୍ତିରେ କୁମାରସ୍ବାମୀ କହିଛନ୍ତି, କୃଷିଋଣଛାଡ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ କୃଷକଙ୍କ ସହିତ ଏକ କ୍ରୁର ପରିହାସ ବୋଲି କହିବା ଅତ୍ୟନ୍ତ ଦୁଃଖଦ ଘଟଣା। ଯୋଜନାର ସମ୍ପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଅବଗତ ନ ଥାଇ ସେ ଦେଶବାସୀଙ୍କୁ ମିଥ୍ୟା ସୂଚନା ପ୍ରଦାନ କରୁଛନ୍ତି। ମୋଦୀ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କର୍ଣ୍ଣାଟକ ବିଜେପି କର୍ମୀଙ୍କ ସହିତ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ କୃଷିଋଣ ଛାଡ ଯୋଜନାକୁ ସମାଲୋଚନା କରିଥିଲେ। ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର କ୍ଷମତାକୁ ଆସିବାର କିଛି ଦିନ ପରେ ରାଜ୍ୟରେ କୃଷିଋଣ ୬୦ଲକ୍ଷ କୋଟି ଟଙ୍କାର ଛାଡ଼ ଯୋଜନା ଘୋଷଣା କରିଥିଲେ। ମାତ୍ର ଅଦ୍ୟାବଧି ୬୦ କୋଟି ଟଙ୍କା ଋଣ ଛାଡ କରାଯାଇଥିବା ବେଳେ ଏଥିରେ ଲାଭବାନ ହୋଇଥିବା ସମସ୍ତ ବ୍ୟକ୍ତି କୃଷକ ନୁହନ୍ତି। ବରଂ କେବଳ ୮୦୦ କୃଷକ ଲାଭବାନ ହୋଇଛନ୍ତି ବୋଲି ସିଏଜି ରିପୋର୍ଟରୁ ଜଣାଯାଇଥିବା ମୋଦୀ କହିଥିଲେ।

Leave A Reply