ଆଜି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

0
ରାଞ୍ଚି : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି (ରବିବାର) ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ)ର ଶୁଭାରମ୍ଭ କରିବେ । ଏହି ଯୋଜନା ଅଧୀନରେ୧୦ କୋଟିରୁ ଉର୍ଦ୍ଧ୍ଵ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ପିଏମଜେଏୱାଇର ଏକ ପ୍ରଦର୍ଶନୀ ପରିଦର୍ଶନ କରିବେ । ହିତାଧିକାରୀ ଚିହ୍ନଟ ଏବଂ ଇ-କାର୍ଡ ପ୍ରସ୍ତୁତି ଭଳି କାର୍ଯ୍ୟକଳାପର ପ୍ରଦର୍ଶନକୁ ସେ ଅନୁଧ୍ୟାନ କରିବେ ।

ଏହି କାର୍ଯ୍ୟକ୍ରମରେ ଚାଇବାସା ଏବଂ କୁଦେର୍ମାରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେ ୧୦ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିବେ । ସେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply