ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର : ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୪ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମଲେଖାଇ ପାରିବେ।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୧ଲକ୍ଷ ୮୮ହଜାର ୨୨୨ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇଛି। ଚଳିତ ଥର ଯୁକ୍ତ ୩ ନାମଲେଖା ପାଇଁ ୨ଲକ୍ଷ ୧୦ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ।

ସେହିପରି ଅଗଷ୍ଟ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇବ ଏବଂ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍ ପାଇଁ ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ।

Comments are closed.