ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ

0

ନୂଆଦିଲ୍ଲୀ: ବଜାରକୁ ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶର ୫ଟି ସହରରେ ପରୀକ୍ଷାମୂଳକ ଭିତ୍ତିରେ ଏହି ୧୦ ଟଙ୍କିଆ ନୋଟ ଛଡାଯିବ। ଏହି ୫ ସହର ମଧ୍ୟରେ ରାଜଧାନୀ ଭୁବନେଶ୍ୱର ରହିଛି। ଅନ୍ୟ ସହରଗୁଡିକ ହେଲା କୋଚି, ମହୀଶୁର, ଜୟପୁର ଓ ସିମଲା। ଅନ୍ୟପକ୍ଷରେ ନିକଟ ଭବିଷ୍ୟତରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ଯୋଜନା ନ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply