ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର କୁପ୍ରଭାବ

0

ଚା ଓ କଫି ପାନୀୟ ପ୍ରତି ସଂଖ୍ୟାଧିକ ଲୋକଙ୍କ ଦୁର୍ବଳତା ରହିଛି। ଆଜିକାଲି ତ’ ରାସ୍ତାକଡ଼ ଠେଲାରେ ମଧ୍ୟ ଚା’ ମିଳୁଛି। ତେବେ ଏସବୁ ସ୍ଥାନରେ ଚା’ ପ୍ଲାଷ୍ଟିକ୍ କପ୍‌ରେ ଦିଆଯାଏ। ଜାଣିରଖନ୍ତୁ ଯେ ପ୍ଲାଷ୍ଟିକ୍ କପ୍‌ରେ ଚା’ ପିଇଲେ କର୍କଟ ହେବାର ଆଶଙ୍କା ସର୍ବାଧିକ। ଚା’ କପ୍ ପାଇଁ ଉପଯୋଗ ହେଉଥିବା ପ୍ଲାଷ୍ଟିକ୍‌ରେ ବିସିଫ୍ଲନ୍ଲ-ଏ ଓ ଡାଇଡଥାଲ୍ ହକ୍ସେଲେ ଫେଲେଟ୍ ନାମକ ତତ୍ତ୍ବ ଅଛି, ଯାହା ଗରମ ଚା’ ସଂସ୍ପର୍ଶରେ ଆସି ନିର୍ଗତ ହେବା ସହ ଶରୀରକୁ ପ୍ରବେଶ କରେ। ଏଣୁ ଏଥର ପ୍ଲାଷ୍ଟିକ୍ କପରେ ଚା’ ପିଇବା ପୂର୍ବରୁ ସତର୍କ ହୁଅନ୍ତୁ।
ଠିକ୍ ସେହିପରି ଯେଉଁଠାରେ ପ୍ଲାଷ୍ଟିକ୍ ଥାଳିରେ ଗରମ ଖାଦ୍ୟ ପରଷାଯାଏ, ସେସବୁ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ। ନଚେତ୍ କର୍କଟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଗ୍ରିଲିଂ ହୋଇଥିବା ଖାଦ୍ୟ ପାଟିକୁ ଖୁବ୍ ସୁଆଦିଆ ଲାଗେ, ହେଲେ ତାହା ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି।

Leave A Reply