ଆସିଲା ବଜାଜ୍‍ ପ୍ଲାଟିନା ୧୧୦ର ନୂଆ ମଡେଲ

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ପ୍ଲାଟିନାର ୧୧୦ ନୂଆ ମଡେଲ ବାଇକ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହି ବାଇକର ମୂଲ୍ୟ ୪୯,୧୯୭ ଟଙ୍କା ରହିଛି। ପ୍ଲାଟିନା ଭାରତୀୟ ବଜାରରେ ହିରୋର ପାସନ ପ୍ରୋ୧୧୦, ହୋଣ୍ଡା ସିଡି ୧୧୦ ଡ୍ରିମ ଡିଏକ୍ସ ଓ ଟିଭିଏସ୍‍ ରାଡେନ ଭଳି ବାଇକ ସହ ପ୍ରତିଯୋଗିତା କରିବ।
ପ୍ଲାଟିନାର ଏହି ନୂଆ ମଡେଲ ବାଇକରେ ଟ୍ୟୁବଲେସ ଟାୟାର, ଡୁଆଲ ସ୍ପ୍ରିଙ୍ଗ-ଅନ-ସ୍ପ୍ରିଙ୍ଗ ଆଦି ସୁବିଧା ରହିଛି। ବାଇକର ଯାନ୍ତ୍ରୀକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପ୍ଲାଣ୍ଟିନା ୧୧୦ରେ ୧୧୫ସିସି ଏକକ ସିଲିଣ୍ଡର ଏୟାରକୁଲ୍ଡ ଇଞ୍ଜିନ ରହିଛି। ଏହି ଇଞ୍ଜିନକୁ ୪ ସ୍ପିଡ ଗିୟରବକ୍ସ ଦିଆଯାଇଛି। ଏହାବ୍ୟତୀତ ବାଇକରେ ଅତିରିକ୍ତ ସୁରକ୍ଷା ପାଇଁ କ୍ରାବାଇଡ ବ୍ରେକିଂକ ବ୍ୟବସ୍ଥା ରହିଛି। ଏହି ବାଇକ କଳା, ନୀଳ ଓ ଲାଲ ଭଳି ତିନି ରଙ୍ଗରେ ଉପଲବ୍ଧ ରହିଛି।

Leave A Reply