୧୦୦ ଗଛ ଲଗାଇବାପରେ ବିବାହ ବେଦୀରେ ହାତଗଣ୍ଠି ପଡିବ ବୋଲି ଜିଦ୍‌ ଧରିଲେ ନବ ବଧୂ

ଭୋପାଳ . – ବିବାହ ପୂର୍ବରୁ ୧୦୦ ଗଛ ଲଗାଇ ବିବାହ ବେଦୀରେ ହାତଗଣ୍ଠି ପଡିବ ବୋଲି ଜଣେ ନବ ବଧୂ ଜିଦ୍‌ ଧରିଥିଲେ । ବିବାହ ପୂର୍ବରୁ ସାଧାରଣତଃ ପୁଅ ଘର ତରଫରୁ ଦାବି କରାଯାଇଥାଏ । ମାତ୍ର ଏହି ଘଟଣାରେ କନ୍ୟା ଦାବି କରିଥିଲେ । ସେ ତାଙ୍କର ଭାବି ପତିଙ୍କୁ ୧୦୦ ଛାୟା ପ୍ରଦାନ କରୁଥିବା ଗଛର ଚାରା ରୋପଣ କରିବା ସହ ସେମାନଙ୍କର ଯତ୍ନ ନେବା ପାଇଁ ଦାବି କରିଥିଲେ । ବର ଘର ଲୋକ କନ୍ୟାଙ୍କର ଏହି ଦାବିକୁ ପୂରଣ କରିଛନ୍ତି । ସେମାନ ୧୦୦ଟି ଚାରା ରୋପଣ କରିବା ସହ ସେମାନଙ୍କର ଯତ୍ନ ନେଉଛନ୍ତି । ମଧ୍ୟପ୍ରଦେଶର ଗୋଆଲିୟର ସହରର ଇନ୍ଦ୍ରମଣି ନଗରରେ ଏହି ଘଟଣା ଘଟିଛି ।
ଇନ୍ଦ୍ରମଣି ନଗରର ଅଶୋକ ଦୁବେଙ୍କ ଝିଅ ନିତୁ ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି । ଶୟୋପୁରର ଡାକ୍ତର ଆଶୁଙ୍କ ସହ ତାଙ୍କର ବିବାହ ଠିକ୍‌ ହୋଇଥିଲା । ନିତୁ ୧୦୦ ଗଛ ଲଗାଇବା ପାଇଁ ସର୍ତ୍ତ ରଖିଥିଲେ । ଏହାପରେ ଆଶୁଙ୍କ ଘର ଲୋକ ୧୦୦ଟି ଗଛ ଲଗାଇଥିଲେ । ଏହାପରେ ଦୁଇଜଣଙ୍କର ବିବାହ ସମ୍ପନ୍ନ ହୋଇଛି।

Comments are closed.