ଶନି ଭଳି ଆଉ ଏକ ଗ୍ରହ ଆବିଷ୍କୃତ

0

ଅହମଦାବାଦ : ଗୁଜରାଟର ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବୋରଟୋରୀ (ପିଆରଏଲ)ର ବୈଜ୍ଞାନିକ ଓ ଇଞ୍ଜିନିୟର ଦଳ ଶନି ଗ୍ରହ ଭଳି ଆଉ ଏକ ଗ୍ରହର ଆବିଷ୍କାର କରିଛନ୍ତି। ଶନି ବା ସୁପର ନେପଚୁନ ଆକାରର ଏହି ଗ୍ରହଟିର ଓଜନ ପୃଥିବୀର ଓଜନର ୨୭ଗୁଣ। ଏହାର ଆକାରର ପୃଥିବୀ ଆକାରର ୬ଗୁଣ। ଏହା ସୂର୍ଯ୍ୟଙ୍କ ଭଳି ଏକ ନକ୍ଷତ୍ରକୁ ପରିକ୍ରମଣ କରୁଛି। ପ୍ରଫେସର ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଓ ଇଞ୍ଜିନିୟର ଦଳ ଏହି ନୂଆ ଆବିଷ୍କାର କରିଛନ୍ତି। ଏହି ଗ୍ରହ ଇପିଆଇସି ୨୧୧୯୪୫୨୦୧ବି କିମ୍ବା କେ୨-୨୩୬ବି ନାମରେ ପରିଚିତ ହେବ। ଏ ସମ୍ପର୍କିତ ଗବେଷଣା କାର୍ଯ୍ୟ ଆମେରିକୀୟ ଆଷ୍ଟ୍ରୋନୋମିକାଲ ସୋସାଇଟିର ଆଷ୍ଟ୍ରୋନୋମିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

Leave A Reply