ପାରିବାରିକ ସମ୍ପର୍କ ବଦଳାଇ ପାରେ ଗ୍ରହ ପ୍ରଭାବ

0

ବ୍ୟକ୍ତି ଜୀବନରେ ଗ୍ରହର ପ୍ରଭାବ ସର୍ବଦା ରହିଥାଏ। ବ୍ୟକ୍ତିର ସ୍ୱାସ୍ଥ୍ୟ, ଧନ, ମନ ଓ ସମ୍ପର୍କ ସହିତ ଗ୍ରହମାନଙ୍କର ସମ୍ବନ୍ଧ ରହିଛି। ଯଦି ଗ୍ରହମାନଙ୍କର କୃପା ଦୃଷ୍ଟି ଲାଭ କରିବା ପାଇଁ ଚାହୁଁଛନ୍ତି, ତେବେ ଗ୍ରହ ଶାନ୍ତି ହୋମଯଜ୍ଞ ଓ ପୂଜାପାଠ ସମେତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏପରିକି ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ମଧ୍ୟ ଗ୍ରହମାନଙ୍କ ପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ଏହି ସମ୍ପର୍କରେ ଆସନ୍ତୁ ଜାଣିବା।ବାପା:
ଜ୍ୟୋତିଷ ଶାସ୍ତ୍ରରେ ବାପାଙ୍କୁ ସୂର୍ଯ୍ୟଙ୍କ ସହ ତୁଳନା କରାଯାଇଛି। ବାପାଙ୍କୁ ଅସମ୍ମାନ କରୁଥିବା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଙ୍କ କୋପ ଦୃଷ୍ଟି ପଡେ। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବା ସହିତ ବୃକ୍ତି ହୃଦରୋଗରେ ଆକ୍ରାନ୍ତ ହୁଅନ୍ତି। ବାପାଙ୍କୁ ସମ୍ମାନ କରିବା ଦ୍ୱାରା ସୂର୍ଯ୍ୟଙ୍କର ଅନୁକୂଳ ପ୍ରଭାବରେ ବ୍ୟକ୍ତିର ଯଶ ବୃଦ୍ଧି ହୋଇଥାଏ।
ମା:
ମା ଙ୍କୁ ଚନ୍ଦ୍ରମାଙ୍କ ସହ ତୁଳନା କରାଯାଇଛି। ମା ଙ୍କୁ ସମ୍ମାନ ନ କରିବା ଦ୍ୱାରା ଚନ୍ଦ୍ର ଗ୍ରହର ପ୍ରଭାବ ଜୀବନରେ ପଡ଼ିଥାଏ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା, ଅଳ୍ପାୟୁ ମଧ୍ୟ ହୋଇପାରନ୍ତି। ତେଣୁ ମା ଙ୍କୁ ସମ୍ମାନ ଦେବା ଜରୁରୀ।ଭାଇଭଉଣୀ:
ମଙ୍ଗଳ ଗ୍ରହ ସହିତ ଭାଇଭଉଣୀଙ୍କ ସମ୍ପର୍କ ରହିଛି। ଭାଇଭଉଣୀଙ୍କ ସହ ସମ୍ପର୍କ ଖରାପ କଲେ ମଙ୍ଗଳ ଗ୍ରହ ପ୍ରତିକୂଳ ପ୍ରଭାବ ପଡିଥାଏ। ରକ୍ତ ସମ୍ବନ୍ଧିତ ରୋଗ ଓ ଦୁର୍ଘଟଣା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାଇଭଉଣୀଙ୍କ ସହ ଉତ୍ତମ ସ୍ଥାପନ କରିବା ପାଇଁ ଚେଷ୍ଟା କରନ୍ତୁ।
ଅଜା-ଆଈ:
ବୁଧ ଗ୍ରହ ସହିତ ଅଜା-ଆଈଙ୍କ ସମ୍ପର୍କ ରହିଛି। ଅଜା,ଆଈଙ୍କୁ ସମ୍ମାନ ନ କରିବା ଦ୍ୱାରା ବୁଧ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଏହାର ପ୍ରଭାବରେ ରୋଜଗାର ଓ ପାଠପଢ଼ାରେ ସମସ୍ୟା ପରିଲକ୍ଷିତ ହୋଇଥାଏ। ଅଜା-ଆଈଙ୍କ ସହ ଉତ୍ତମ ସମ୍ପର୍କ ରଖିଲେ ଉଜ୍ୱଳ ଭବିଷ୍ୟତ ଗଠନ ହୋଇପାରିବ।

ଜେଜେ ବାପା-ମା:
ବୃହସ୍ପତି ଗ୍ରହ ସହ ଜେଜେ ବାପା-ମା ଙ୍କ ତୁଳନା କରାଯାଇଛି। ଜେଜେ ବାପା-ମା ଙ୍କୁ ସମ୍ମାନ କରିବା ଜରୁରୀ ଅଟେ। ନଚେତ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ହୋଇଥାଏ। ଏହାଦ୍ୱାରା ଉଦର ଓ ଯକୃତ ଜନିତ ସମସ୍ୟା ଦେଖା ଦେଇଥାଏ। ଜେଜେ ବାପା-ମା ଙ୍କୁ ସମ୍ମାନ କରିବା ଦ୍ୱାରା ବ୍ୟକ୍ତି ଜ୍ଞାନୀ ଓ ବୁଦ୍ଧିମାନ ହୋଇଥାଏ।
ସମ୍ପର୍କ ଯେଉଁ ଗ୍ରହ ସହ ଥିଲେ ମଧ୍ୟ ଗୁରୁଜନ ମାନଙ୍କୁ ସମ୍ମାନ କରିବା ଦ୍ୱାରା ଆମକୁ ଇଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ। ଆମ ଜୀବନ ସୁଖମୟ ମଧ୍ୟ ହୋଇଥାଏ।

Leave A Reply