ବ୍ୟସ୍ତ ବହୁଳ ରାସ୍ତାରେ କାରମାନଙ୍କ ମଧ୍ୟରେ ଓହ୍ଲଇଲା ବିମାନ , ଦେଖନ୍ତୁ ଭିଡିଓ

ଓ୍ୱାଶିଂଟନ .- ଆମେରିକାର ରାଜଧାନୀ ଓ୍ୱାଶିଂଟନର ପିୟର୍ସ କାଉଣ୍ଟିରେ ବ୍ୟସ୍ତ ବହୁଳ ରାସ୍ତାରେ କାରମାନଙ୍କ ମଧ୍ୟରେ ଏକ ବିମାନ ଅବତରଣ କରିଛି । ହଠାତ୍‌ ରାସ୍ତାରେ ଚାଲୁଥିବା କାରମାନଙ୍କ ମଧ୍ୟରେ ଥିବା ଖାଲି ରାସ୍ତାରେ ବିମାନଚାଳକ ବିମାନଟିକୁ ଅବତରଣ କରିଥିଲେ । ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି ।

ସୂଚନା ଅନୁଯାୟୀ ବିମାନର ଇନ୍ଧନଥିବା ସ୍ଥାନରେ ସମସ୍ୟା ଦେଖାଦେଇଥିଲା । ସେଥିପାଇଁ ବିମାନର ଜରୁରୀ ଅବତରଣର ଆବଶ୍ୟକତା ରହିଥିଲା । ବିମାନ ସଡକରେ ଅବତରଣ କରିବା ପରେ ବି କାହାର କିଛି ସମସ୍ୟା ହୋଇ ନଥିଲା । ଏହି ବିମାନଟି ଗୋଟିଏ ପ୍ରପଲର ବିଶିଷ୍ଟ । ବିମାନଟି ,ସଡକରେ ଅବତରଣ କରିବା ପରେ ପାଇଲଟ୍‌ ଏହାକୁ ହାତରେ ଟାଣି ଟାଣି ରାସ୍ତା ବାହାରକୁ ନେଇଥିଲେ । ବିମାନ ଅବତରଣ ପୂର୍ବରୁ ସେ ଟ୍ରାଫିକ୍‌କୁ ଧୀର କରିବା ଓ ରୋକିବା ପାଇଁ କିହଥିଲେ ।

Comments are closed.