ପାକିସ୍ତାନରେ ‘ ଦିଲ୍‌ ହେ ହିନ୍ଦୁସ୍ତାନୀ ’ଗୀତରେ ନାଚିଲେ ଛାତ୍ର ଛାତ୍ରୀ

0

କରାଚି..- ପାକିସ୍ତାନର କରାଚିରେ ଥିବା ଏକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଫିର୍‌ ଭି ଦିଲ୍‌ ହେ ହିନ୍ଦୁସ୍ତାନୀ ଗୀତରେ ନାଚିବା ସହ ତ୍ରିରଙ୍ଗା ପତାକା ଉଡାଇଥିଲେ । ପଛରେ ଥିବା ଏକ ଡିସପ୍ଲେରେ ତ୍ରିରଙ୍ଗା ପତାକା ବି ପ୍ରଦର୍ଶନ କରାଯାଇଥିଲା । ଏହାପରେ ପାକିସ୍ତାନ ସରକାର ସେହି ବିଦ୍ୟାଳୟର ପଞ୍ଜୀକରଣ ବାତିଲ୍‌ କରି ଦେଇଛନ୍ତି ।

କରାଚିରେ ଥିବା ମାମା ବେବି କେୟାର  ବିଦ୍ୟାଳୟର ବାର୍ଷିକ ଉତ୍ସବରେ  ଛୋଟ ଛୋଟ ପିଲାମାନେ ନୃତ୍ୟ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଶାହାରୁଖ ଖାନ୍‌ଙ୍କର  ଲୋକପ୍ରିୟ ଚଳଚ୍ଚିତ୍ର ଫିର୍‌ ଭି ଦିଲ୍‌ ହେ ହିନ୍ଦୁସ୍ତାନୀର ଗୀତ ବାଜିଥିଲା ।  ଏହି ନାଚ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି । ପାକିସ୍ତାନର ବିଦ୍ୟାଳୟ ଓ ଗଣ ଶିକ୍ଷା କର୍ତ୍ତୃପକ୍ଷ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ  ଦେଶ ବିରଧି  ବୋଲି ପ୍ରକାଶ କରିଛନ୍ତି । ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave A Reply