‘ପିଠା’ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ପୁଅ ଓ ସ୍ବାମୀଙ୍କୁ ମାଡ଼ ଅଭିଯୋଗ

0

କଟକ: ରାଜ୍ୟ ସରକାରଙ୍କ ‘ପିଠା’ ଯୋଜନା କାର୍ଯ୍ୟକ୍ରମରେ ସରପଞ୍ଚ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ସମର୍ଥକ ମାଡ଼ ମାରିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଏଥିରେ ସରପଞ୍ଚଙ୍କ ସମେତ ତାଙ୍କ ପୁଅ ଓ ସ୍ବାମୀ ଗୁରୁତର ହୋଇଥିବା ଜଣାପଡିଛି । ଚାଉଳିଆଗଞ୍ଜ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ ଶନିବାର ପୂବାହ୍ନରେ ‘ପିଠା’ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗ ଦେଇଥିଲେ । କିନ୍ତୁ ହଠାତ୍ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ସମର୍ଥକମାନେ ସରପଞ୍ଚଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ସରପଞ୍ଚଙ୍କ ପୁଅ ଓ ତାଙ୍କ ସ୍ବାମୀ ଏହାକୁ ବିରୋଧ କରିବାକୁ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ । ବନ୍ଧୁକ ପଛ ପାର୍ଶ୍ୱରେ ମାଡ଼ ମାରିବାରୁ ତାଙ୍କ ପୁଅର ମୁଣ୍ଡରେ ଆଘାତ ଲାଗିଛି ବୋଲି ଚାଉଳିଆଗଞ୍ଜ ଥାନାରେ ସରପଞ୍ଚ ଲକ୍ଷ୍ମୀପ୍ରୀୟ ସ୍ୱାଇଁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମନ୍ତ୍ରୀ ଚନ୍ଦ୍ରସାରଥି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଗଣମାଧ୍ୟମରେ କହିଛନ୍ତି । ଯଦି ଏପରି ଅଭିଯୋଗ ଆସିଛି ତେବେ ପୁଲିସ ତଦନ୍ତ କରୁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply