ଖେଳରେ ଖେଳରେ ପୁଅର ଜୀବନ ଗଲା

0

ନୂଆଦିଲ୍ଳୀ: ବନ୍ଧୁକ ଧରି ଖେଳ ଖେଳିବା କାଳ ହେଲା। ଖେଳରେ ଖେଳରେ ନିଜ ହାତରେ ପୁଅର ଜୀବନ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର-ପୂର୍ବ ଦିଲ୍ଳୀର ନ୍ୟୁ ଉସମାନପୁର ଅଞ୍ଚଳରେ। ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତି ବନ୍ଧୁକରୁ ଶୂନ୍ୟକୁ ଗୁଳି ଫୁଟାଇ ଆନନ୍ଦ ନେଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଗୁଳିଟି ତାଙ୍କ ପୁଅର ଡାହାଣ ଗାଲରେ ବାଜିଥିଲା। ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ୨୪ ଘଣ୍ଟା ପୂର୍ବରୁ ଫତେପୁର ବେରିରେ ଜନୈକ ଜେଡିୟୁ ନେତାଙ୍କ ଗୁଳିରେ ଜଣେ ମହିଳା ଆର୍କିଟେକଚରଙ୍କ ଜୀବନ ଯାଇଥିଲା।

Leave A Reply