ପିପିଲି ପିଡୀତାଙ୍କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବି

0

ପିପିଲି : ପିପିଲି ପିଡୀତାକୁ ନ୍ୟାୟ ଦେବାରେ ସରକାର ବିଫଳ ହେବା ପ୍ରସଙ୍ଗରେ ପିପିଲି-ଡେଲାଙ୍ଗ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଡାକ ଯୋଗେ ନାଲିଚୁଡି ପଠାଇଛନ୍ତି। ମହିଳା ବିଜେପି ନେତ୍ରୀ ଗୀତାଞ୍ଜଳୀ ମିଶ୍ର, ମିନତୀ ବଳିଆରସିଂ, ଭାରତୀ ପରିଡା, ବାସନ୍ତି ମଲ୍ଲିକ, ରେଣୁପ୍ରିୟା ନାୟକ, ଟୁନିମଣି ବେହେରା, ରାଧା ବେହେରା ପ୍ରମୁଖ ଶନିବାର ପିପିଲି ପୋଷ୍ଟ ଅଫିସରୁ ଲଫାପା ମଧ୍ୟରେ ନାଲିଚୁଡି ପୁରାଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା ଓ ଯୁବନେତା ଭବାନୀ ଶଙ୍କର ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply