ପିପିଲି ଗଣଦୁଷ୍କର୍ମ ଘଟଣା : ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ୱର : ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରେ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଯିବ । ତଳ କୋର୍ଟଙ୍କ ରାୟକୁ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ । କ୍ରାଇମବ୍ରାଞ୍ଚ ଓକିଲ କାମଦେବ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ପାଇଁ ଯଥେଷ୍ଟ ପ୍ରମାଣ ଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କୋର୍ଟଙ୍କ ଏହି ରାୟ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଯିବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ଅର୍ଜୁନଗୋଦା ଗ୍ରାମର ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟିକରିଥିଲା । ରାଜ୍ୟ ମାନବାଧିକାର କମିଶନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ୨୦୧୨ରେ ଜଷ୍ଟିସ୍‌ ପି. କେ ମହାନ୍ତି କମିଶନ ନିଯୁକ୍ତ କରିଥିଲେ। ପ୍ରଥମେ  ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନକୁ ଜଟଣୀ ଅଞ୍ଚଳରୁ ଗିରଫ କରାଯାଥିଲା । ଏହା ପରେ ଆଉ ୪ ଅଭିଯୁକ୍ତ ଗୁନ ସ୍ୱାଇଁ, ପ୍ରେମାନନ୍ଦ ନାଏକ, ସୁକାନ୍ତ ପ୍ରଧାନଙ୍କୁ ଗିରଫ କରାଯାଇଥିଲା ।

ତେବେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ କୋମାରେ ରହିବା ପରେ ୨୦୧୨ ଜୁନ ୨୧ରେ ପୀଡିତା ପ୍ରାଣ ହରାଇଥିଲା । ଅନ୍ୟ ପକ୍ଷରେ ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ଚୂଡାନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।

Leave A Reply