ଦୁର୍ଘଟଣାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

0

ପିପିଲି :ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ପେଟ୍ରୋଲ ଟାଙ୍କି ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅପରିଚିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଛାୟତ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ମୃତକ ଜଣକ ଏକ ଫୁଲ ପ୍ୟାଣ୍ଟ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ସେ ଜଣେ ମାନସିକ ବିକଳାଙ୍ଗ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply