ଗୋପୀନାଥ ଦେବଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ମନ୍ଦିର ପରିସରରେ ଶ୍ରୀମଦ୍‍ ଭଗବତ ଗୀତା ପୂର୍ଣ୍ଣାଙ୍ଗ ପାଠ କରାଯାଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମଚରିତ ଭାଗବତ ସମୂହ ପାଠ କରାଯାଇଥିଲା। ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ପ୍ରବଚକମାନେ ପ୍ରବଚନ ପ୍ରଦାନ କରିଥିଲେ । ଏହି ଅବସରରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଲମ୍ବାଧାଡିରେ ପ୍ରଭୂ ଶ୍ରୀଗୋପୀନାଥ ଦେବଙ୍କୁ ଦର୍ଶନ କରିଥିଲେ। ରାତି ୧୧ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା।
ସେହିପରି ପିପିଲି ନିକଟବର୍ତ୍ତି କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମର ପ୍ରସିଦ୍ଧ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ଆଖପାଖ ଅଞ୍ଚଳର ଭକ୍ତଙ୍କ ପ୍ରବଳ ଭୀଡ ଲାଗିଥିଲା। ରାତି ୧୧ଟା ୧୫ମିନିଟରେ ସେଠାରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ଅନୁଷ୍ଠିତ ହୋଇଥିଲା।

Comments are closed.