ପିପିଲି ଇ.ଟି.ଇ.ଆଇ ରେ ଛାତ୍ରଛାତ୍ରୀଙ୍କ ଧାରଣା

0

ପିପିଲି: ଏନଆଇଓଏସ ଛାତ୍ରଛାତ୍ରୀଙ୍କୁ ଓଟିଇଟି ପରୀକ୍ଷା ନଦେବା ନିମନ୍ତେ ପିପିଲି ଇ.ଟି.ଇ.ଆଇ ରେ ଧାରଣା ଦିଆଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ପ୍ରମୁଖ ଦାବି ହେଲା, ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିୟମିତ ପଢିଥିଲେ ହେଲେ ଏନଆଇଓଏସ ଛାତ୍ରଛାତ୍ରୀ ତାଙ୍କର ସମକକ୍ଷ ହୋଇ ମଧ୍ୟ ଓଟିଇଟି ପରୀକ୍ଷା ଦେଉଛନ୍ତି । ସେଥିରୁ ସେମାନଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଥିବା ଅନ୍ୟ ପ୍ରଶିକ୍ଷଶ କଲେଜରେ ମଧ୍ୟ ଏଭଳି ଆନ୍ଦୋଳନ ଜାରି ରହିଛି । ସରକାର ଛାତ୍ରଛାତ୍ରୀଙ୍କ ଦାବି ନ ମାନିଲେ ଆଗାମୀ ଦିନରେ ସେମାନେ ବୋର୍ଡ କାର୍ଯ୍ୟାଳୟ ଘେରଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରତାପ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ ମଧ୍ୟ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ନାହାନ୍ତି । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ଏବଂ ନାମଲେଖା ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Leave A Reply