ସଂଗ୍ରାମୀ ପିଣ୍ଡାକୀ ବାହୁବଳେନ୍ଦ୍ର

0

ପିଣ୍ଡାକୀ ବାହୁବଳେନ୍ଦ୍ର ଖୋର୍ଦ୍ଧା ଗଡର ଜଣେ  ସ୍ୱାଧୀନତା ସଂଗ୍ରାମୀ ।   ପାଇକ ବିଦ୍ରୋହ ସମୟରେ ସେ ଇଂରେଜମାନଙ୍କର ଅନେକ କ୍ଷତି କରିଥିଲେ ।  ଜଙ୍ଗଲ  ଓ ପାହାଡ ଉପରେ ଲୁଚି ଛପି ଇଂରେଜଙ୍କ ଉପରେ ଆକ୍ରମଣ କରିବାରେ ସେ ବେଶ୍‌ ଧୁରନ୍ଧର ଥିଲେ ।

୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବକ୍ସି ଜଗବନ୍ଧୁଙ୍କର ସେ ଅତି ବିଶ୍ୱସ୍ତ ଥିଲେ । ତାଙ୍କୁ ଇଂରେଜମାନେ  ଗିରଫ କରି ପାରୁ ନ ଥିଲେ । ସେ ଥିଲେ ଦଳେଇମାନଙ୍କର ଦଳପତି । ରାଜଙ୍କ ଅଧିନରେ ନିଷ୍କର ଜମି ଭୋଗ ଦଖଲ କରୁଥିଲେ । ମାତ୍ର ଇଂରେଜମାନେ ଓଡିଶାକୁ ଦଖଲ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିବା ସମୟରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ଦେଖାଦେଇଥିଲା ।  ବକ୍ସି ଜଗବନ୍ଧୁ ଏହାର ନେତୃତ୍ୱ ନେଇଥିଲେ । ବାହୁବଳେନ୍ଦ୍ର ବକ୍ସିଜଗବନ୍ଧୁଙ୍କର ସହଯୋଗୀ ଥିଲେ । ବହୁ କଷ୍ଟରେ ତାଙ୍କୁ ଇଂରେଜମାନେ ଗରିଫକରିବା ପରେ କଳାପାଣି  ସଜା ଦେଇଥିଲେ । ମାତ୍ର ସେଠାରୁ ବାହୁବଲେନ୍ଦ୍ର ଖସି ଚାଲି ଆସିଥିଲେ । ଏହା ସଂଗ୍ରାମୀମାନଙ୍କର ମନୋବଳକୁ ଆହୁରୁ ବୃଦ୍ଧି କରିଥିଲା । ଇଂରେଜଙ୍କ ଉପରେ ସେ ପ୍ରବଳ ଆକ୍ରମଣ କରିଥିଲେ । ତାଙ୍କୁ ଗିରଫ କରିବା ପାଇଁ ଇଂରେଜମାନେ ପୁରସ୍କାର ଘୋଷଣା କରିଥିଲେ । ସେହି ପୁରସ୍କାର ଲୋଭରେ ତାଙ୍କର ଜଣେ ପିଲାବେଳର ବନ୍ଧୁ ତାଙ୍କୁ ଧୋକା ଦେଇଥିଲେ। ତାଙ୍କ ଖାଦ୍ୟରେ ନିଶା ମିଶାଇବାପରେ ଇଂରେଜମାନଙ୍କ ହାତରେ ତାଙ୍କୁ ବନ୍ଦୀ କରାଇଥିଲା । ଏହାପରେ ତାଙ୍କୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଥିଲା। ମାତ୍ର ସେଠାରୁ ସେ ଖସିଯିବାରେ ସଫଳ ହୋଇଥିଲେ । ମାତ୍ର ଇଂରେଜମାନେ ତାଙ୍କୁ ପିଛା କରି ଗୁଳି ଚଲାଇଥିଲେ । ଇଂରେଜଙ୍କର ଗୁଳିରେ ବାହୁବଳେନ୍ଦ୍ର ଦେଶ ମାତୃକା ପାଇଁ ସହିଦ ହୋଇଯାଇଥିଲେ ।

Leave A Reply